STORYMIRROR

Kalyani Nanda

Classics

3  

Kalyani Nanda

Classics

ଅଗ୍ନ୍ୟୁତ୍ସବ

ଅଗ୍ନ୍ୟୁତ୍ସବ

1 min
170

   ମାଘ ର ଜାଡ,ଥରାଏ ହାଡ଼,

   ପରିବେଶ ଦୂଷିତ, ନାହିଁ ସେ ଶିତ,

   ବାର ମାସର ତେର ପରବ,

   ପ୍ରାଚୀନ ସଂସ୍କୃତି, ପରମ୍ପରା, ଐତିହ୍ୟ,

   ଆମରି ଓଡିଶା,ଆମ ଗୈ|ରବ,

   ମାଘ ଶିତ ଯାଇ ଆସିବ ଫଗୁଣ,

   ସୂରୁଜ ହେଲେଣି ଉତ୍ତରାୟଣ,

   ଶିତ ଯାଇ ଆସିବ ଗ୍ରୀଷ୍ମ,

   ମାଘ ପୂର୍ଣ୍ଣିମା ର ଅଗିଜଳା ଉତ୍ସବ,

   ଉନ୍ନତ ହେଉ ଫସଲ,ମାଗେ ଚାଷୀ ଆଶିଷ।

    


   ମାଘ ପୂର୍ଣ୍ଣିମା, ଜୋଛନା ବିଧୈ|ତ,

   ହସଇ ଚାଷୀ,ଦେଖି ତା ସୁନେଲୀ ଖେତ,

   ଅଗ୍ନ୍ୟୁତ୍ସବ ଓଡ଼ିଆଙ୍କ ଗଣପର୍ବ,

   କମାରଶାଳର ଶାଣ ଉଦ୍ଭବ ,

   ଅଗ୍ନିରେ ଜଳେ କୁଟା ଛପର,

   ଅଗ୍ନି ଦେବତା ହୁଅନ୍ତି ପୂଜିତ,

   ହିନ୍ଦୁ ପର୍ବ,ପରମ୍ପରା ଆମ ଦେଶର,

   ପାଳନ୍ତି ଅଗ୍ନି ଉତ୍ସବ,ସାରା ଭାରତ,

   ଚାଷ ବେପାର,ହେଉ ସଫଳ,

   ଭାରତ ଦେଶରେ କୃଷିର ପର୍ବ,

   ନାନା ନାମରେ ଅଗ୍ନିଦେବ ହୁଅନ୍ତି ପୂଜିତ।।

    


    

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics