STORYMIRROR

Kalyani Nanda

Classics

4  

Kalyani Nanda

Classics

ଆତ୍ମୀୟତା ର ଗୁଡି

ଆତ୍ମୀୟତା ର ଗୁଡି

1 min
16

      

      ଉଡିଯାଏ ଗୁଡ଼ି ଆତ୍ମୀୟତାର ଡୋର ନେଇ,

      ସମ୍ପର୍କର ନୀଳ ଆକାଶରେ,ସ୍ନେହ,ପ୍ରେମର ରଙ୍ଗ ବୁଣି,

      ଯେତେ ଶକ୍ତ ସେ ଆତ୍ମୀୟତା ର ଡୋର,

      ଗୁଡ଼ିର ସମ୍ପର୍କ ମାପି ଚାଲେ ଆକାଶକୁ ସେତେ ଶକ୍ତି ନେଇ।।


      ଡୋର ର ଶକ୍ତି କ୍ଷୀଣ ହେଲେ,ଶକ୍ତି ହରାଏ ଗୁଡ଼ି,

      ବିଶାଳ ଆକାଶ ବକ୍ଷେ ଯେବେ ଦିଗହରା ହୋଇଯାଏ ଗୁଡ଼ି,

      ଦୋହଲି ଉଠେ ଗୁଡ଼ିର ଅସ୍ତିତ୍ବ, ହରାଏ ତା ବିଶ୍ବାସ,

      ଆତ୍ମୀୟତା ର ଦୁର୍ବଳ ଡୋର ରେ ଯେବେ ସେ ଯାଏ ଛନ୍ଦି ହୋଇ ।।


      ବିଶାଳ ଆକାଶ ବକ୍ଷେ ଯେବେ ଦିଗହରା ହୋଇ,

      ଗୁଡ଼ି ଟି ଆକାଶ ସହ ସମସ୍ତ ସମ୍ପର୍କ, ସମସ୍ତ ବନ୍ଧନ,ଛିଣ୍ଡାଇ,

      ଅଧୋମୁଖୀ ହେବାକୁ ବାଧ୍ୟ ହୋଇ, ହୁଏ ଭୂପତିତ,

      ସମସ୍ତ ସୁନେଲୀ ସ୍ବପ୍ନ ତାର ଭାଙ୍ଗି ଯାଏ ଚୂରମାର ହୋଇ।।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics