ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି
ଗାଁ ରୁ ସହର,ସାଜସଜ୍ଜା ନେଇ ଆସେ ମକର,
ହିନ୍ଦୁ ଧର୍ମ, ହିନ୍ଦୁ ରାଷ୍ଟ୍ର,
ଶାନ୍ତି,ମୈତ୍ରୀ,ଏକତାର,
ପ୍ରାଚୀନ ସଂସ୍କୃତି, ଐତିହ୍ୟର,
ପରମ୍ପରା,ସନାତନ ଧର୍ମର,
ସର୍ବଧର୍ମ ସମନ୍ବୟ ,ଦେଶ ଆମର।
ଯହିଁ ଗାଆଁ ରୁ ସହର,
ପର୍ବ,ପର୍ବାଣୀର ଆଡମ୍ବର,
ପୌଷ,ମାଘର ଶିତ କାକର,
ମନେ ଭରିଦିଏ ଖୁସି ଅପାର,
ସୁନେଲୀ ଖେତର ସ୍ବର୍ଣ୍ଣ ସମ୍ଭାର,
ଘରେ ଘରେ, ଗାଁ ରୁ ସହର,
ସାଜସଜ୍ଜା ରେ ହୋଇ ଭୂଷିତ,
ଆସେ ମକର,ଆସେ ମକର ।
କିଏ କହେ ସଂକ୍ରାନ୍ତି ମକର,
କିଏ କହେ ଉତ୍ତରାୟଣ,
ମାଘି, ମୋକୋର,ପୋଙ୍ଗଲ,
ତିଲ ସକେରତ,ପର୍ବ ଏ ଆତ୍ମୀୟତାର,
କମ୍ବୋଡିଆ, ଥାଇଲାଣ
୍ଡ,ମିଆମାର,
ଗାଁ ରୁ ସହର, ସଭିଏଁ ପାଳନ୍ତି ମକର,
ଉତ୍ତରାୟଣ ଗତି ହୁଅନ୍ତି ଭାସ୍କର,
ପୂଜା ପାଇଥାନ୍ତି ଦିନକର
ନାନା ପୂଜାବିଧି, ନାନା ଉପଚାର,
ସଭିଙ୍କ ଅନ୍ତରେ ଯେ ଖୁସିର ଜୁଆର,
ଦୃଢ଼ କରିଥାଏ ସମ୍ପର୍କ, ବନ୍ଧନ ସ୍ନେହର,
ଗାଁ ରୁ ସହର ସାଜସଜ୍ଜା ନେଇ ଆସେ ମକର।।
ଶ୍ରୀମନ୍ଦିର ହୁଏ ଗହଳଚହଳ,
ନୂଆ ଚାଉଳ,ଆଖୁ,ଗୁଡ଼,ତିଳ,ନାରିକେଳ,
ମିଶି ହୁଏ ପ୍ରସ୍ତୁତ ମକର ଚାଉଳ,
ଶ୍ରୀମନ୍ଦିରରେ ତିନି ଠାକୁର ,
ହୁଅନ୍ତି ମକର ଚୌରାସୀ ବେଶ,
ଦେଖି ପ୍ରଭୁଙ୍କର ଏହି ବେଶ,
ପ୍ରାପ୍ତ ହୁଏ ରାଜସୂୟ ଫଳ ଯଜ୍ଞର,
ଜପ,ତପ,ଦାନ,ଶ୍ରାଦ୍ଧ,ତର୍ପଣ,
ଏହିଦିନ କରିଥାଏ ଯେଉଁ ଜନ,
ଧର୍ମ,ପୂଣ୍ୟ କରିଥାନ୍ତି ଅର୍ଜନ,
ଆତ୍ମୀୟ ସମ୍ପର୍କ କରିଥାଏ ସୁଦୃଢ,
ଗାଁ ରୁ ସହର ସାଜସଜ୍ଜା ନେଇ ଯେବେ
ଆସେ ମକର।