STORYMIRROR

Kalyani Nanda

Romance

4  

Kalyani Nanda

Romance

କଳାକୃଷ୍ଣ ର ଭାବପୀରତି

କଳାକୃଷ୍ଣ ର ଭାବପୀରତି

1 min
36


   ଗୋପୀ ମନୋହାରୀ ବ୍ରଜବିହାରୀ,

   ବଂଶୀ ର ସାତସୁର ଶୁଣି ଗୋପନାରୀ,

   ମୋହାବିଷ୍ଟ ହୋଇ ନିଜକୁ ଯାଆନ୍ତି ଭୁଲି,

   କଳାକୃଷ୍ଣ ର ସେ ଭାବ ପୀରତି, 

   ମନ ମୋହି ନିଏ ତା ଚାହାଣୀ,

   ଗୋପନାରୀ ହୁଅନ୍ତି ବାଇ ।


   କୁଞ୍ଜ ବନେ ଅଧୀର ରାଧିକା ରାଣୀ,

   କୃଷ୍ଣ ନାଗରର ପ୍ରୀତି ଭାବ ରେ ବାୟାଣୀ,

   ଖୋଜେ କଦମ୍ବ ବନେ ରାଧିକାରାଣୀ,

   କଳାକାହ୍ନୁ ର ପ୍ରୀତି ପାଗଳିନୀ,

   ଘୁରି ବୁଲୁଥାଏ ରାଧା ନିଜକୁ ଭୁଲି,

   ଖୋଜୁଥାଏ ତା ବ୍ରଜବିହାରୀ ।


  ରୁଣୁଝୁଣୁ ବାଜେ ଯେବେ ପୟରେ ପାଉଁଜି,

  କୃଷ୍ଣ ନାମ ନେଇ ଗୋପପୁର ଯାଏ ମଜ୍ଜି,

  ମଧୁର ମଧୁର ଅଟଇ ସେ ଭାବ ପୀରତି,

  କୃଷ୍ଣ ନାମ ସେ ପୀୟୂଷ ପାନ କରି,

  ସଂସାର ସାଗର ଯାଆନ୍ତି ତରି,

  ହେ ବ୍ରଜବନ୍ଧୁ କୁଞ୍ଜବିହାରୀ।

   

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance