STORYMIRROR

Sarmistha Palai

Romance

3  

Sarmistha Palai

Romance

ପ୍ରେମ ଟା' କଣ

ପ୍ରେମ ଟା' କଣ

1 min
164

##ପ୍ରେମ ଟା' କଣ??##


ଖାଲି ସୁନ୍ଦର ଚେହେରା ଆଉ ରୂପ ଦେଖି ଦେଲେ ମନ ରେ ଯେଉଁ ଆଶକ୍ତି ଆସେ ସେ' କଣ ପ୍ରେମ କି??


  ନା ନା ସେତ କେବଳ ଆକର୍ଷଣ

କିଛି ମୁହୂର୍ତ୍ତ ପାଇଁ ବା' କିଛି ଦିନ ପାଇଁ

ଯାହା କି ବହୁତ କମ ଦିନରେ ତାର ସତ୍ତା ବି' ରୁହେ ନାହିଁ।****


ପ୍ରେମ ହେଉଛି ଚିର ଶାଶ୍ୱତ, ଚିରନ୍ତନ

ସୁନ୍ଦର, ସଦା ସବୁଜ

ସେ' ପ୍ରେମ ଥରେ ହେଲେ

 ହୃଦୟ ପଙ୍କରେ ଫୁଟି ଥିବା

ପଦ୍ମ ଜମା ମଉଳେ ନାହିଁ

ସବୁବେଳେ ସତେଜ ହୋଇ ଥାଏ।*****


ଯେମିତି ଯିଏ ଯେତେ ଦୂରେ ଥାଉ

କିନ୍ତୁ ତା' କଥା କେବେ ଭୁଲି ହୁଏନି

ଯିଏ ଯାହାର ସିଏ ତାହାର

ଦେଖା ନ ହେଲେ କଥା ନ ହେଲେ କଣ ହେଲା

ପ୍ରେମ ମନ ଭିତରେ ଲୁଚି ଲୁଚି

ମୁରୁକି ହସୁଥାଏ।******


ରାଧା କୃଷ୍ଣ ଙ୍କର ପ୍ରୀତି ଅଭେଦ୍ୟ ପ୍ରୀତି

ସେମିତି ଦିବାକର କମଳିନୀ ଙ୍କର

ଜହ୍ନ, କୁମୁଦିନୀର କଳା ମେଘ ମୟୁରୀର

ଏମାନଙ୍କର ଅପ୍ରାକୃତିକ ପ୍ରେମ 

ସେଥିପାଇଁ ତ' ଯିଏ ଯେତେ ଦୁରେ ଥିଲେ

ଯିଏ ଯାହାର ସିଏ ତାହାର।******


ପ୍ରାକୃତିକ ପ୍ରେମ କେବଳ ସଂସାର ସୃଷ୍ଟି ପାଇଁ ସ୍ୱାମୀ, ସ୍ତ୍ରୀ ମଧ୍ୟରେ

କିନ୍ତୁ ଅପ୍ରାକୃତିକ ପ୍ରେମ ପୂଜ୍ୟ ବନ୍ଦନୀୟ

ପ୍ରକୃତ ପ୍ରେମ ମଣିଷକୁ ବଞ୍ଚିବା ଶିଖାଏ

ପଥ ହୁଡ଼ି ଗଲେ ପଥ ଦେଖାଏ

କେବେ କାହାର ଅନିଷ୍ଠ କରେ ନାହିଁ।

ଏହାହିଁ ହେଉଛି ବାସ୍ତବ ପ୍ରେମର ପରିଭାଷା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance