STORYMIRROR

RAKESH MUDULI

Romance

3  

RAKESH MUDULI

Romance

ତୁମ

ତୁମ

1 min
175

ତୁମ ବର୍ଣ୍ଣ କରେ ବିଭୋର

ତୁମ ବାସ୍ନା କରେ ବିଭୋର

ଆହା! ପ୍ରିୟତମା ତୁମେ କେଉଁ ଦୁନିଆର ?

ତୁମ ଚାହାଣିରେ, ତୁମ ଠାଣିରେ

ପୁଲକିତ ଏଇ ଧରା....

ତୁମେ ପ୍ରେମ ବାର୍ତ୍ତାର ପାରା....

ତୁମେ ପଙ୍ଖହୀନ ଅପସରା....

କେତେ ଯେ ରଙ୍ଗ ଧରେ ତବ ତନୁ

ଛିଟା ଛାଡୁ ନାହିଁ ଏଇ ମୋର ମନୁ

ତୁମ ଝଲକରେ ପ୍ରେମର ପ୍ରଦୀପ

ଧରା ଦେହେ ଜଳେ ଦେଖାଇ ଆଲୋକ

ତୁମେ ପ୍ରୀତିର ପ୍ରତୀକ ପ୍ରିୟା....

ପ୍ରାଣେ ପ୍ରାଣେ ରୁଦ୍ଧ ପିରତି ପବନ

ଜାଗରିତ ହୁଏ ଖୋଜେ ବାତାୟନ

ଅଙ୍ଗେ ଅଙ୍ଗେ ଭରେ ଅଦୃଶ୍ଯ ଉନ୍ମାଦ

ରସେ ରସେ ଭରେ ହୃଦୟ ଦରଦ

ବରଫରେ ଲାଗେ ନିଆଁ....

ତୁମ ଅଙ୍ଗ ମନୋହର,

ତୁମ ରଙ୍ଗ ମନୋହର,

କରନା କରନା

ଆଉ ମୋତେ ବିଭୋର

ତୁମରି ଲାଗି ମୁଁ ସର୍ବହରା

ତୁମେ ମୋର ସେଇ ପ୍ରିୟସି ପ୍ରିୟତମା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance