STORYMIRROR

Panchanan Jena

Abstract Romance

4  

Panchanan Jena

Abstract Romance

ବାହାନା ମାତର

ବାହାନା ମାତର

1 min
406


ହୋଲି ର ରଙ୍ଗ

ସାଙ୍ଗ ସୁଆଙ୍ଗ

ଖାଲି ବାହାନା ମାତର

ତୋତେ ଛୁଇଁବାକୁ

ଅବିର ଲେସିବାକୁ

ଫଗୁ ଫଗୁଣ ହାତର ।


ପ୍ରେମର ପିଚକାରୀ

ରଙ୍ଗ ରୋଷଣୀ ଧରି

ଖାଲି ବାହାନା ମାତର

ତୋତେ କୋଳେଇବାକୁ

ବକ୍ଷରେ ଧରି ଜାକିବାକୁ

କୀର୍ତ୍ତନ ନର୍ତ୍ତନ ଡିଜେର ।


ଫଟା କପଡ଼ା ପିନ୍ଧି

କଳା ନାଲି ନେଳି ବାନ୍ଧି

କେବଳ ବାହାନା ମାତର

ତୋତେ ଦେଖିବାକୁ

ଗାଲ ଦୁଇ ଛୁଇଁବାକୁ

ନାନାଦି ଫନ୍ଦି ଫିକର ।


ପିଠା ପଣା ପାନୀୟ

ଲସି ଥଣ୍ଡା ଜାତୀୟ

ସବୁ ବାହାନା ମାତର

ତୋତେ ଧରିବାକୁ

ମୁରୁକି ରଙ୍ଗିବାକୁ

ରଙ୍ଗ ଭଙ୍ଗ ଭାଙ୍ଗ ଅବିର ।


ପ୍ରେମର ପରଶ

ପ୍ରୀତିର ସନ୍ଦେସ

ସବୁ ବାହାନା ମାତର

ତୋତେ ଭିଡ଼ରେ

ପରିବାର ଆଗରେ

ସମାଜ ସ୍ଵୀକୃତି ମୋହର ।।


Rate this content
Log in

Similar oriya poem from Abstract