ଶେଷ ଅଧ୍ୟାୟ
ଶେଷ ଅଧ୍ୟାୟ
ଜୀବନର ପ୍ରତିଟି ପୃଷ୍ଠାକୁ
ଲେଉଟାଇଲେ କାହିଁକି ଲାଗୁଛି ଡର,
ଆସିବକି ଶେଷ ଅଧ୍ୟାୟ ମୋର ।
ସୂର୍ଯ୍ୟ କିରଣ
ନୂଆ ଦିନର ଆଗମନ,
ପ୍ରତ୍ୟେକ ଦିନ ମୋର
ଆୟୁଷ ସମାନ ।
ପୁରୁଣା ପୃଷ୍ଠା ରେ
ଗୋଧୂଳି ବେଳା ରେ
ଲେଖିଥିଲେ ବସି କେତେ କାହାଣୀ ।
ସେହି କାହାଣୀ ଏବେ
ଯାଇଛି ସରି,
ଯେଉଁ କାହାଣୀର ରାଜା
ଯାଇଛି ମରି
ଏଇ ବୋଧେ ଶେଷ ଅଧ୍ୟାୟ ଆସିଲା ଚାଲି ।
ପ୍ରେମର ସେହି
ଘଡିସନ୍ଧି ମୁହୂର୍ତ୍ତରେ
ତୋ ପାଖେ ଥିଲି ମୁଁ
ତୋର ସେହି ଟିକି ହୃଦୟ ରେ ।
ଏତେ ଭଲ ତୁ
କେମିତି ହେଲୁ
ମୋ ପାଖେ ଥାଇ ବି
ଦୁରେଇଗଲୁ ।
ବୁଝିଲୁନି କି ଶୁଣିଲୁନି
ମୋର କେଇ ପଦ କଥା,
ସେମିତି ତୁ ଚାଲିଗଲୁ
ଦେଇ ମନେ ବ୍ୟଥା ।
ବହିର ଆରମ୍ଭେ
ପ୍ରଥମ ଅଧ୍ୟାୟେ
ହୋଇଥିଲା ତୋର ମୋର
ପ୍ରଥମ ଦେଖା ।
ଦ୍ୱିତୀୟ ଅଧ୍ୟାୟେ
ହୋଇଥିଲା ତୋର ମୋର
କଥାବାର୍ତ୍ତା ।
ତୃତୀୟ ଅଧ୍ୟାୟେ
ସୃଷ୍ଟି ହୋଇଥିଲା
କିଛି ଭଲ ପାଇବା
ଏଇ ହୃଦୟ ରେ ।
ଚତୁର୍ଥ ଅଧ୍ୟାୟେ
ଭଲ ପାଇବା ଯାଇଥିଲା ମଉଳି
ସେ ସନ୍ଦେହ ରେ କୁହୁଳି କୁହୁଳି ।
ପଞ୍ଚମ ଅଧ୍ୟାୟ
ଶେଷ ଅଧ୍ୟାୟ ମୋର
ପ୍ରେମ ମୋର
ଗଲା ସରି
ତୁ ମତେ ଗଲୁ ଭୁଲି ।