ସ୍ମୃତି
ସ୍ମୃତି
ସ୍ମୃତି ଅଣଲେଉଟା ପୃଷ୍ଠାର ପ୍ରତିଛବି
ମନରେ ଦୁଃଖ ଆସେ ପୁରୁଣା କଥାକୁ ଭାବି ।
ସ୍ମୃତି ଏକ ରୂପା ଜହ୍ନ
ଝଲସୁ ଥାଏ ରାତି ଦିନ ।
ସ୍ମୃତି ଏକ ଅସଜଡା ପ୍ରେମ
କେବେ ସେ ମିଳିବନି
ମରୀଚିକା ତା ନାମ
ସ୍ମୃତି ଏକ ଉଛୁଳା ନଈ ତୁଠ
ସେ ଛୋଟ ହଉ ଅବା ବଡ଼
ଭଉଁରି କରିବ ନିଚେ ସେତ ।
ସ୍ମୃତି ଏକ ସନ୍ଧ୍ୟା ତାରା
ଦୂରେଇ ଯାଏ ସେ
ହୁଏ ଯେବେ ଖରା ।
ସ୍ମୃତି ଏକ କାରାଗାର
ବନ୍ଦୀ ହେବା ଶ୍ରେୟ ମୋର
ଆଜୀବନ ସଜା କାଟି
ମରୁଥିବି ମୁଁ ନିତି ।
ପ୍ରେମର ସେଇ କିଞ୍ଚିତ ସ୍ମୃତି
ମନେ ଆସଇ ଯେବେ ଭାସି
ଖିଆଲି ମନର ମାନସ ପଟରେ
ହସ, ଲୁହକୁ ନିଏ ସେ ଶୋଷି ।
ସ୍ମୃତି ଏକ ଇତିହାସ
ପୁରୁଣା ପୃଷ୍ଠା ହୋଇଛି ଶେଷ
ତଥାପି ତାକୁ ଦେଖିବାକୁ
ହେଉନି ସାହସ ।
ସ୍ମୃତି ଏକ ପଶା କାଠି
ଖେଳିବାକୁ ଲାଗେ ଖୁସି
ହାରିଲା ବେଳେ
ମନ ଯେମିତି ହୋଇଯାଏ ଦୁଃଖୀ ।
ସ୍ମୃତି ଏକ ଅଫେରା ଅତିଥି
କେବେ ହେବନି ତୋ ସାଥୀ
ଦୂର ଦିଗବଳୟକୁ ଚାହିଁ
ପାହିଯିବ ତୋ ରାତି ।
ସବୁଜିମା ଭରା
ସବୁଜ କୋଠରୀ
ପୃଥିବୀ ରହିଛି ଶାନ୍ତ ।
ସ୍ମୃତିକୁ ଆଦରି ବସିଅଛି ସେହି
ହୋଇଅଛି ସେ ସ୍ତବ୍ଧ ।
ଯେବେ ହୁଏ
ଗୋଟିଏ ଯୁଗର ଅନ୍ତ
ସେ ସବୁ ଲିପିବଦ୍ଧ ହୁଏ
ହୋଇ ଏକ ଗ୍ରନ୍ଥ ।
ସେହି ଗ୍ରନ୍ଥର
ପ୍ରତ୍ୟେକ ପୃଷ୍ଠା ହିଁ
ସ୍ମୃତିକୁ ଦିଏ
ମନେ ପକାଇ ।
ଝରିଯାଏ ଲୁହ
ଦେଇ ମନେ କୋହ
ସ୍ମୃତିର ପ୍ରତ୍ୟେକ ପୃଷ୍ଠା ହିଁ
ମନେ ଭରିଦିଏ ମୋହ ।
ଉଜାଗର ସେ ରାତି
ମନେ ଭରିଦିଏ ତାତି
ଦିନଯାକ କଥା ସବୁ
ସରିଯାଏ ରାତାରାତି ।
ପକ୍ଷୀଙ୍କ କାକଳି
ମନେ ଦିଏ ଉନ୍ମାଦ ଭରି
ଅଣ ଲେଉଟା ସ୍ମୃତି
ମନେ ଦିଏ ଦୁଃଖ ଖାଲି ।
ଅସ୍ତଗାମୀ ସୂର୍ଯ୍ୟ
କେବେ ସେ ଫେରେନା
ଆସିଥାଏ ପୁଣି ଥରେ
ହୋଇ ଏକ ବାହାନା ।