ମୋ ସାହିତ୍ୟର କିମ୍ବଦନ୍ତୀ
ମୋ ସାହିତ୍ୟର କିମ୍ବଦନ୍ତୀ
ମୋ ସାହିତ୍ୟ ନୁହେଁ ଏମିତି ବହି
ଲେଖି ଦେଲେ ସରିଯିବ,
ମୋ ସାହିତ୍ୟ ନୁହେଁ ଏମିତି କାବ୍ୟ
ପଢ଼ି ଦେଲେ ମାନେ ରହିଯିବ,
ମୋ ସାହିତ୍ୟ ଗୋଟେ କିମ୍ବଦନ୍ତୀ
ସବୁ ବେଳେ ନୂଆ ଲାଗୁଥିବ। ।
ଭାଷା ନାହିଁ ମୋର
ଜାତୀୟତାବାଦ
ଅମର କୋଷ ରେ ଲେଖା,
ମନ ର କଥା କୁ ସାହିତ୍ୟ ଭାଷାରେ
ପ୍ରକାଶ କରେ ମୁଁ ଏକା ।
ଯିଏ ବା ଭୁଲିଛି
ଭୁଲିବାକୁ ଦିଅ
କର ନାହିଁ ପ୍ରତିବାଦ,
ମନ ର କଥା କୁ
ମନରେ ମାରି
ଆସୁଥାଅ ଦିବାରାତ୍ର ।
ନୁହେଁ ମୁଁ ଲେଖକ
ନୁହେଁ ମୁଁ କବି,
ଯାହା ମୁଁ ଲେଖଇ
ମନ ରୁ ଭାବି ।
କାହା ମନେ କଷ୍ଟ
ଉଦ୍ଦେଶ୍ୟ ମୋ ନୁହଁ,
ଭାବନା ସହ ଖେଳି
ଅନ୍ୟ କୁ ବଞ୍ଚାଇ
ମରେ ମୁଁ ଜଳିଜଳି ।
ମୋ ସାହିତ୍ୟ ର କିମ୍ବଦନ୍ତୀ
ସେ ଭରା ମଧୁପ୍ରୀତି
କାବ୍ୟ କବିତାର ଚୁମ୍ବନ
ଭରିଦିଏ ମୋ ସ୍ପନ୍ଦନ ।
ସ୍ମୃତି ସତେ ଅପାସୋରା
କେବେ ହୁଏନା ପୁନରାବୃତ୍ତି ,
କି କାହା ଆଗେ
ହୁଏନା ଆବୃତ୍ତି ।
ସାହିତ୍ୟ ର ଯୌବନ
ବରିଷ୍ଠ ଲୋକଙ୍କ ଦାନ,
ତାଙ୍କରି ପରିଶ୍ରମ
ଆମ ପାଇଁ ସମ୍ମାନ ।
କବିବର ରାଧାନାଥ
ଆଧୁନିକ ସ୍ରଷ୍ଟା ଭାବେ ଖ୍ୟାତ ,
ଚିଲିକା , ଚନ୍ଦ୍ରଭାଗା
ତାଙ୍କ ସ୍ବରଚିତ କବିତା ।
ଓଡ଼ିଶା ର ଓଷା ବ୍ରତ
ସାହିତ୍ୟ ରେ ଲିପିବଦ୍ଧ
ପାଲା ହେଉ ଅବା ସଙ୍ଗୀତ
ସବୁ ସାହିତ୍ୟ ସହ ଜଡ଼ିତ ।
ସାହିତ୍ୟ କେବେ ମରେନା
ସମାଜ ରେ ରୁହେନା,
କବିର ମାନସ ପଟରେ
ହୋଇଥାଏ ସେ ଚିହ୍ନା । ।