STORYMIRROR

Akshaya Kumar

Romance

4  

Akshaya Kumar

Romance

ଏତେ ସବୁ ପଚାରିବାକୁ ତୁ କିଏ ?

ଏତେ ସବୁ ପଚାରିବାକୁ ତୁ କିଏ ?

1 min
266

ନା ମୁଁ ତମର ଇଏ

ନା ମୁଁ ତମର ସିଏ 

ନା ମୁଁ ତମର କିଏ 

ସେଥି ପାଇଁ ବୋଧେ କଥାରେ କଥାରେ 

କହିଦେଲୁ ମତେ 

ଏତେ ସବୁ ପଚାରିବାକୁ ତୁ କିଏ ?...।


ନା ମୁଁ ତମକୁ ନେଇ ପାରିବି ସପିଙ୍ଗ ମଲ୍

ନା ଭଲ ରେଷ୍ଟୁରାଣ୍ଟ

ସେଥି ପାଇଁ ବୋଧେ କଥାରେ କଥାରେ 

କହିଦେଲୁ ମତେ 

ଏତେ ସବୁ ପଚାରିବାକୁ ତୁ କିଏ ?...।


ଯଦି ଭଲ ପାଇବା ନଥିଲା 

ଭଲ ପାଉଥିଲୁ କାହିଁ 

ଫାଇଲ୍ ଆଉ ଡାଏରୀ ଦେଉଥିଲୁ କାହିଁ 

ସେଥି ପାଇଁ ବୋଧେ କଥାରେ କଥାରେ 

କହିଦେଲୁ ମତେ 

ଏତେ ସବୁ ପଚାରିବାକୁ ତୁ କିଏ ?...।


ମନର ଦୁଃଖକୁ ମନରେ ଚାପିଲି

ଆଖିର ଲୁହ କୁ ଓଠରେ 

ତୋ ସ୍ମୃତି ଏବେବି ରହିଛି ଏଇ ମୋ ହୃଦୟରେ 

ଓ ସେଥି ପାଇଁ ବୋଧେ କଥାରେ କଥାରେ 

କହିଦେଲୁ ମତେ 

ଏତେ ସବୁ ପଚାରିବାକୁ ତୁ କିଏ ?...।


ଗଛର ପତ୍ର ଥରେ ଝଡିଗଲେ 

ନା ସେ ହୁଏ ଯୋଡ଼ା 

ନା କେଉଁଠି ଲୋଡା 

ଓ ସେଥି ପାଇଁ ବୋଧେ କଥାରେ କଥାରେ 

କହିଦେଲୁ ମତେ 

ଏତେ ସବୁ ପଚାରିବାକୁ ତୁ କିଏ ?...।


କାହିଁ ଅଲଗା ଦିଗରୁ ଆଜି

ପବନ ବହୁଛି 

ଭାଙ୍ଗି ଦେଉଛି ମୋ

ମିଠା ମିଠା ସବୁ ସପନ ।


ଆଜି କାହିଁ କୋଳାହଳ ସମାଜ 

ଲାଗୁଚି ଜନ ଶୂନ୍ୟ 

ଏଇ ବୋଧେ ଭିନ୍ନ ଏକ 

ଋତୁ ର ଆଗମନ 

ଓ ସେଥି ପାଇଁ ବୋଧେ କଥାରେ କଥାରେ 

କହିଦେଲୁ ମତେ 

ଏତେ ସବୁ ପଚାରିବାକୁ ତୁ କିଏ ?...।


ଆଉ ତୋ ଗଳିରେ ଯିବି ନାହିଁ 

କି ତୋ ସହ ଖେଳିବି ବି ନାହିଁ 

ଆଉ କିଛି ପଚାରିବି ନାହିଁ 

କାହିଁକି ନା 

ଏସବୁ ପଚାରିବାକୁ ମୁଁ କିଏ ? ...।


ତୋର ସବୁ ଅନୁରୋଧ ରଖିବି 

ଛାଡ଼ିବାକୁ କହିଲେ ବି ଛାଡ଼ିଦେବି

ଜିଦି କରିବିନି 

କାହିଁକି ନା ଏ ସବୁ 

ଏସବୁ ପଚାରିବାକୁ ମୁଁ କିଏ ..।


ମୋ ପାଇଁ ମିଛ ହସ ହସିଲୁ 

ଆଉ କାହାକୁ ମୋ ସହ ତୁଳନା କଲୁ

ନା ମୁଁ ତମର ଇଏ

ନା ମୁଁ ତମର ସିଏ

ସେଥି ପାଇଁ ବୋଧେ କଥାରେ କଥାରେ 

କହିଦେଲୁ ମତେ 

ଏତେ ସବୁ ପଚାରିବାକୁ ତୁ କିଏ ?...।


ଅପବାଦ ଦେବିନି ମୁଁ 

ନିନ୍ଦା ବି କରିବିନି 

ଭିକ ବି ମାଗିବିନି

ତୁ ଯେଉଁଠି ଥା 

ଯାହା ସାଥିରେ ଥା

ଖୁସି ରେ ଥା


ନା ମୁଁ ତମର ଇଏ

ନା ମୁଁ ତମର ସିଏ 

ସେଥି ପାଇଁ ବୋଧେ କଥାରେ କଥାରେ 

କହିଦେଲୁ ମତେ 

ଏତେ ସବୁ ପଚାରିବାକୁ ତୁ କିଏ ?.।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance