STORYMIRROR

Akshaya Kumar

Romance

3  

Akshaya Kumar

Romance

ମୋନାଲିସା

ମୋନାଲିସା

1 min
232

ମେଘୁଆ ଆଖିରେ 

ମେଘୁଆ ରାତିରେ 

କଜଳ ଯେବେ ନାଉ

ମୋ ମୋନାଲିସା ପରି ହଉ ।...।।୧।।


ପ୍ରଥମ ଦେଖାରେ

ପ୍ରେମ ହେଇଗଲା

ଚାହିଁ ଦେଲୁ ଯେବେ ହସି 

ପ୍ରେମରେ ମୁଁ ଯାଏ ତର୍ଷି ।..।।୨।


ତୋ ପାଦ ପାଉଜି 

ଯେବେ ଗାଏ ଗୀତ

ମୁଁ ହୁଏ ଆନନ୍ଦିତ

ଆଉ ଆତ୍ମ ବିଭୋରିତ ।..।।୩।।


କହି ପାରେନି 

ମୋ ହୃଦୟ ତତେ କେତେ ଚାହୁଁଚି

କାଳେ ଭାଙ୍ଗିଯିବ ମୋ ଆଶା

ତୁ ମୋ ମୋନାଲିସା ।..।।୪।।


ମୋ ଘର ବାଟ ଦେଇ 

ଚାହୁଁ ଯେବେ ବୁଲିବୁଲି

ମୋ ହୃଦୟ ସ୍ପନ୍ଦନ 

ଯାଏ କାଇଁ ବଢ଼ି ।..।।୫।।


କେତେ କଥା କହୁଥିଲୁ

ଭଲ ମତେ ପାଉଥିଲୁ

ମତେ ଦେଖେଇଲୁ ଆଶା

ତୁ ମୋ ମୋନାଲିସା ।..।।୬।।


ତୋ ପାଇଁ ବାଲି ଘର 

ମୋ ମନ ଧଡ ଧଡ଼

କେମିତି ରଖିବି ସେଠି

କରି ତତେ ନିଜର ।..।।୭।।


କାହା ପାଇଁ ତୁ କେତେ ସୁନ୍ଦର

ହେଲେ ମୋ ପାଇଁ ତୁ ବହୁତ୍ ସୁନ୍ଦର

ମତେ ଦେଖେଇଲୁ ଆଶା 

ତୁ ମୋ ମୋନାଲିସା ।..।।୮।।


ତୋ ଗଳିର ସେପାଖେ 

ଶେଫାଳୀ ଯେମିତି ବାସେ

ମୁଁ ତୋ ପ୍ରେମରେ 

ସେମିତି ଖସେ ।..।।୯।।


ରାତି ଅଧିଆ

ତୋ ବିନା ପ୍ରିୟା

ବଞ୍ଚିବାର ଦେଖିଚି ଆଶା

ତୋ ମୋ ମୋନାଲିସା ।..।।୧୦।।


ତୋ ପ୍ରେମ ଛିଟିକା

ଓରେ ମୋର ଅଭିସାରିକା

ହୋଇଜା ତୁ ମୋ

ନାୟିକା ।..।।୧୧।।


ତୁମ ଓଦା ଆଖି

ଯେବେ ମୁଁ ଦିଏ ଦେଖି

ଛାତିର ସ୍ପନ୍ଦନ ଖାଲି 

ତୋ ନାଆ ଦିଏ ଡାକି ।..।।୧୨।।


ଏ ମନ ଡାକିଲେ 

ସେ ମନ ଶୁଣୁଚି

ଆଲୋ ମୋ ସୁନା ଇଲିସି 

ତତେ ଧରିବାକୁ ମୋ ପାଖେ ନାହିଁ ବନିଶି ।..।।୧୩।।


କହିଦେ ତୁ କାହିଦେ

ଭଲ ତୁ ପାଉ ବୋଲି ତୁ ଥରେ 

ମିଛ ରେ ନ ଦେଖାଇ ଆଶା

ତୁ ମୋ ମୋନାଲିସା ।..।।୧୪।।


ପୁଚୁକି ଗାଲି 

ତୁ ମୋ ସୁନା ହରିଣୀ

ତୋ ପ୍ରେମରେ ଦିୱାନା ମୁଁ

ଆଲୋ ସାହେବାଣୀ ।..।।୧୫।।


ଆଲୋ ପାଗେଳି

ଗଲୁ ବଦଳି

ପ୍ରେମ ରେ ତୋର 

ବନ୍ଜାରା ହେଲି ।..।।୧୬।।


ତତେ କାଇଁ ଖୋଜେ 

ଏଇ ମୋ ନଜର 

ନା ଦୋଷ ତୋର 

ନା ମୋର ।..।।୧୭।।


ଭୋଲି ଭାଲି ମୁହଁ ତୋର 

କାହିଁ ଏମିତି ହୁଏ

ନଜର ହଟୁନି ମୋର 

ସଦା ଚାହିଁ ଥାଏ ।..।।୧୮।।


ତୁ ମୋ ଜୀବନ 

ତୁ ମୋ ସପନ 

ସାଥୀ ତୁ ମୋର 

ଶେଷ ଶ୍ରାବଣ ।..।।୧୯।।


ଲାଗେ ରେ ଆଜି 

ତୁ କେବଳ ମୋର 

ମୋନାଲିସା ତୁ 

ମୋ ସ୍ଵପ୍ନ ର ।..।।୨୦।।


Rate this content
Log in

Similar oriya poem from Romance