STORYMIRROR

Akshaya Kumar

Romance Classics Inspirational

3  

Akshaya Kumar

Romance Classics Inspirational

ଶୂନ୍ୟତା

ଶୂନ୍ୟତା

1 min
215

ହୃଦୟର ଏଇ ଶୂନ୍ୟତା ର

      ଅଙ୍କାବଙ୍କା ପଥରେ 

ଚାଲିବାକୁ ହେବ 

      ବହୁ ଦୂରେ ।....


ଯେଉଁ ଶୂନ୍ୟତାରେ

      ନା ଥିବ କାହାର ନାଲି ଆଖି

ନା କାହାକୁ କରିବାକୁ 

      ହେବ ଖୁସମତି ।......


ଏ ନୀରବ ସମାଜର 

      ଶୂନ୍ୟ ପଥରେ 

ନା ଥିବ ଜନ କୋଳାହଳ 

      ନା ଥିବ ପକ୍ଷୀ ମାନଙ୍କର କାକଳି ।....


ଏକା ଏକା ଚାଲୁଛି ମୁଁ

      ସେ ଶୂନ୍ୟତାର ମାଟି ରାସ୍ତାରେ 

ନା ଅଛି ଘର 

      ସେହି ପଥ ପ୍ରାନ୍ତରେ ।....


ଆଜି କାଇଁ ଏ ପରିବେଶ

      ନୀରବି ଯାଇଛି

ନା ପବନ ବହୁଚି

       ନା ଗଛର ପତ୍ର ହଲୁଚି।...


ଆଜି କାହିଁ ଦୂର ଦିଗବଳୟ

       ହୋଇଛି ନାଲି

ଏଇ ବୋଧେ ଖୁସି ସମୟ 

        ଆସିଲା ଚାଲି ।....


ଅନ୍ଧାର ରହିଛି 

       ଏ ନୀରବ ସମାଜ

ଖୋଜୁଛି ଖାଲି 

       ତୋ ପରଶ ।


ଜାଣେନା ମୁଁ ଖରାପ 

       କି ଭଲ 

ସେଥିପାଇଁ ଚାଲିଗଲୁ 

       ମୋ ଠାରୁ ହୋଇ ଦୂର ।


ହୃଦୟର ଶୂନ୍ୟତାରେ 

       କୁହୁଳି କୁହୁଳି 

ମଲା ଜହ୍ନ ଆଉ କେତେଯେ

       ଖେଳିବ ଲୁଚକାଳି ।


କଳୁଷିତ ପଙ୍କେ ଫୁଟି 

       ପଦ୍ମ ଯେ ସୁନ୍ଦର 

ଛାର ମନୁଷ୍ୟର ଆୟୁଷ 

      ବା କେତେ ଦିନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance