ବୋଧେ ପ୍ରେମ ହେଇଯାଇଛି
ବୋଧେ ପ୍ରେମ ହେଇଯାଇଛି
ନ ଦେଖି ନ ଜାଣି
ତାକୁ ଭଲ ପାଇ ବସିଚି
ବୋଧେ ପ୍ରେମ ହୋଇ ଯାଇଛି ।
କାହିଁକି ତା ପାଇଁ ରାତା ରାତି
ଅନିଦ୍ରା ରହୁଛି
ବୋଧେ ପ୍ରେମ ହୋଇ ଯାଇଛି ।
ମନେ ମନେ ତା କଥା ଭାବି
ଆଜି କାହିଁ ହସୁଛି
ବୋଧେ ପ୍ରେମ ହୋଇ ଯାଇଛି ।
ଜାଣିନି ସେ କିଏ
କିନ୍ତୁ ତା ପାଇଁ ଭଗବାନଙ୍କୁ ଡାକୁଛି
ବୋଧେ ପ୍ରେମ ହୋଇ ଯାଇଛି ।
ତା ସରଳାମି କୁ ଭାବି
ମନେମନେ ହସୁଛି
ବୋଧେ ପ୍ରେମ ହୋଇ ଯାଇଛି ।
ପ୍ରତିଟି ମୁହୂର୍ତ୍ତ ତା କଥା ନ ଭାବି
ନା ରହି ପାରୁଛି
ବୋଧେ ପ୍ରେମ ହୋଇ ଯାଇଛି ।
ଦୂର ଦିଗବଳୟ କୁ ଚାହିଁ
ନଈ ପଠାରେ ତୋ ଛବି ଆଙ୍କୁଚି
ବୋଧେ ପ୍ରେମ ହୋଇ ଯାଇଛି ।
ଜୀବନ ର ଦୋ ଦୋ ଚିହ୍ନା ରାସ୍ତାରେ ବି
ତତେ ଆଜି ଖୋଜୁଛି
ବୋଧେ ପ୍ରେମ ହୋଇ ଯାଇଛି ।
ନିରୋଳା ନିଶବ୍ଦ ରେ ବି
ତୋ ସ୍ୱର ଶୁଣାଯାଉଛି
ବୋଧେ ପ୍ରେମ ହୋଇ ଯାଇଛି ।
ବିନା କାରଣରେ ବି
ମୁଁ ତତେ ଚାହିଁଛି
ବୋଧେ ପ୍ରେମ ହୋଇ ଯାଇଛି ।
ନିଶବ୍ଦ ପୃଥିବୀ ରେ
ତୋ ଛବି ଆଙ୍କିଛି
ବୋଧେ ପ୍ରେମ ହୋଇ ଯାଇଛି ।

