STORYMIRROR

Akshaya Kumar

Inspirational Children

3  

Akshaya Kumar

Inspirational Children

ମାଆ

ମାଆ

1 min
258

ମାଆ

ଗୋଟିଏ ଶବ୍ଦ 

ଦୁଇଟି ଅକ୍ଷର 

ତା ମନ କେତେ ସରଳ 

ଛୁଆ ଉପରକୁ ଆସିଲେ ବିପଦ 

କରିଥାଏ ସେ ଶତ୍ରୁ ସଂହାର...।।୧।।


ମାଆ ମୋର ଭାରି ଦୁଃଖୀ

ପିଲାବେଳୁ କେତେ କଷ୍ଟ 

ଯାଇଛି ସେ ଦେଖି ...।।୨।।


ପାଦେ ମୋ କଣ୍ଟା ଫୁଟିଲେ 

ତୋ ଛାତିରେ 

    ପଥର ପଡିଲା ପରି ଲାଗେ 

ମୋ ବୋଉ

କାହିଁକି ଏମିତି ହଉ ।..।।୩।।


ଦିନେ ଜର ହେଲା ମୋର

କାନ୍ଦି ଥିଲୁ ତୁ ଶହେ ଥର ।

କେତେ ପୂଜା ଅର୍ଚ୍ଚନା କରି

   ଭଲ କରିଥିଲୁ ଦେହ ମୋର ..।।୪।।


ମୁଁ ଭଲ ଖାଇବି ବୋଲି

    ତୁ ପାଣି ପିଇକୀ ଶୋଉ

କାହିଁକି ଏମିତି 

   ତୁ ହେଉ ବୋଉ ।...।।୫।।


ପିଲାବେଳେ ଆମେ ଯେବେ 

    ପଡି ଗୋଡ଼ ଛିଣ୍ଡାଉ

ତୁ କାହିଁ ସେ କ୍ଷତକୁ 

   ପଣତ କାନିରେ ପୋଛି ଦେଉ ।..।।୬।।


କାନ୍ଦି କାନ୍ଦି କହୁଥାଉ

   ମୋ କଥା ତୁ 

ଶୁଣୁ ନାହୁଁ ...।।୭।।


ବୋଉ ମୋର ଭାରି ସୁନ୍ଦର 

ଆକାଶ ଠାରୁ ଭାରି ଗଭୀର 

ଦୁଃଖରେ ପୋଛି ଦିଏ ଲୁହ ମୋର ..।।୮।।


ମୋ ପ୍ରିୟ ର ବୋଉ 

ଏତେ ତୁ ଦୁଃଖ 

କେମିତି ସହୁ ...।।୯।।


ଆମ ଭଲ ପାଇଁ 

   ତୁ କେତେ କଥା କହୁ

ଆମେ କିଛି ନ ବୁଝି 

   ତତେ ଗାଳି କରୁ ..।।୧୦।।


ଖରାବେଳେ ବୁଲିଲେ

   ତୁ ଦେଉ ଡାକି 

ଧନ ଶୋଇପଡ଼ 

   ନ ହେଲେ ଆଟୁ ବୁଢ଼ୀ ନେବ ଟେକି ...।।୧୧।।


ଅଜଣା ଲୋକ ସଙ୍ଗେ 

    କଥା ହେବୁ ନାହିଁ 

ଦେଖିଲେ ଦୂରେଇ ଯିବୁ ।

ଭଲ ସାଙ୍ଗ ସହ 

    ସାଙ୍ଗ ହେଉଥିବୁ 

ନହେଲେ ମୂର୍ଖ ତୁ ହେବୁ ..।।୧୨।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational