Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshaya Kumar

Romance Classics Inspirational

3  

Akshaya Kumar

Romance Classics Inspirational

ଅଜଣା ଅତୀତ

ଅଜଣା ଅତୀତ

1 min
202


କାହିଁ କେତେଦିନ ଠାରୁ 

ଖୋଜି ମୁଁ ବୁଲୁଛି

ଖୁସିର ଘଡିସନ୍ଧି ମୁହୂର୍ତ୍ତ 

ମୋ ଅଜଣା ଅତୀତ । ।।୧।।


ସ୍ମୃତିର କୁହୁଡି ତଳେ 

ତାକୁ ମୁଁ ଲୁଚାଏ କାଳେ

ଅଜଣା ହୁଏ ସେ ଅତୀତ

ସମୟ ର କରାଳେ । ।।୨।।


ଅଚିହ୍ନା ଲୋକ 

ହୁଏ ଏଠି ଚିହ୍ନା

ଅଜଣା ଅତୀତ ହୁଏ ଯେବେ 

ଜାଣି ବି ଅଜଣା । ।।୩।।


ସ୍ୱାଧୀନତା ପାଇ 

ସ୍ୱାଧୀନ ଭାରତ

କେତେ ଯେ ଅଛି ଖୁସି

ଅତୀତ କହୁଚି ଆସି । ।।୪।।


କମଳ ଲୋଚନ ହରି

ମନରେ ଖୁସି ଭରି

ଲକ୍ଷ୍ମୀଙ୍କୁ ପାଇଥିଲେ 

ସମୁଦ୍ର ମନ୍ଥନ କରି । ।।୫।।


ସମୟ ବି 

ଯାଏ ସରି

ଯେବେ ଏ ହୃଦୟ 

ଦୁଃଖରେ ଥାଏ ଭରି । ।।୬।।


ଜୀବନ ବି 

ଏମିତିକା 

କେତେଯେ ଦୁଃଖ ସହିଛି 

ଅଦିନିଆ । ।।୭।।


ରାତି ପାହିଲା ଠାରୁ

ରାତି ଆରମ୍ଭ ଯାଏଁ

ଜଳି ଜଳି ମରୁଚି

ସେ ଆଜି ଯାଏଁ । ।।୮।।


କାହାକୁ କହିବି 

କିଏ ବା ଶୁଣିବ

ଯେଉଁଠି ଭଗବାନ ହି

ନିର୍ଜୀବ । ।।୯।।


ହାତ ନାହିଁ ଗୋଡ଼ ନାହିଁ 

ହେଲେ ଦୁନିଆ ଚଳାଏ

ଛାର ମନୁଷ୍ୟର ସବୁ ଥାଇ

କାମ ତାକୁ ବଳାଏ । ।।୧୦।।


ଏ ଦୁନିଆ ବି ଏମିତିକା 

ନିଁଆ ନ ଥାଇ ବି ଉଠେ ଧୁଆଁ

କୁହୁଡ଼ିର ମେଳେ

ବୁଲୁଥାଏ ସିଏ ଏକା । ।।୧୧।।


ମିଛେଇ ଆଖି

ଦିଏ ଧୋକା

ଦୁଃଖରେ ଲୋଡ଼େ

ଖୁସିର ଆଶା । ।।୧୨।।


ସ୍ୱାର୍ଥପର

ଏ ଦୁନିଆ

ହସ ଖୁସିରେ ବି

ଲାଗେ ନିଁଆ । ।।୧୩।।


ଜଳି ଜଳି

ମରିବ ସେ 

ପ୍ରେମକୁ କରି

ଘୃଣା ଶେଶେ । ।।୧୪।।


ଚୁପଚାପ୍ ରହିବାକୁ 

କିଏ ବା ଚାହେଁନା

ସୁବିଧାକୁ ଆଖି ମାରି

କରୁଥାଏ ବାହାନା । ।।୧୫।।


ବାହାନା ବା କେତେଦିନ

ଚାଲିବ ଆଉ

ହାତେ ମାପି ଚାଖଣ୍ଡେ

ଚାଲିବା ହେଉ । ।।୧୬।।


ଭଲ ଛାଡ଼ି ମନ୍ଦକୁ

ଆପଣାର କରି 

ପଶୁପକ୍ଷୀଙ୍କୁ ଖାଉଚି

ସେ ହତ୍ୟା କରି । ।।୧୭।।


ସମାଜରେ ମିଛ ହସ

ହସିବାକୁ କାଇ ଲାଜ

ପୁନେଇ ପରବେ 

ବାହାରୁ ହୋଇ ସଜ । ।।୧୮।।


ପ୍ରେମ ଏକ ପରିଭାଷା

ଭଲ ପାଇବା ତାର ପେଶା 

ହୃଦୟେ ଭରା ବିଶ୍ୱାସ

କରିଥାଏ ଘୃଣାର ନାଶ । ।।୧୯।।


କିଏ ଜାଣେ ଏ 

ଅଜଣା ଅତୀତ

କେବେ ସେ କଳୁଷିତ ତ

କେବେ ସେ ଉଜ୍ଜିବିତ । ।।୨୦।।


ମୋ ଅଜଣା ଅତୀତ ...।


Rate this content
Log in

Similar oriya poem from Romance