STORYMIRROR

Bijay Prusty

Romance

4  

Bijay Prusty

Romance

ଗୋଲାପି ପ୍ରିୟତମା

ଗୋଲାପି ପ୍ରିୟତମା

1 min
326


ସପନରେ ତୁମେ ଗୋଲାପି ଗୋଲାପି

ଗୋଲାପ ବନର ଶିରୀ

ତୁମପାଇଁ ସଖୀ ଏ ଦୁନିଆଁ ମୋତେ

ଲାଗଇ ସରଗପୁରୀ ।।


ଗୋଲାପି ଗୋଲାପି ରୂପଟି ତୁମର

ଗୋଲାପି ଗୋଲାପି ମନ

ସେଥିପାଇଁ ସଖୀ ଗୋଲାପି ସପନ

ଦେଖୁଛି ମୁଁ ନିତିଦିନ ।।


ସପନ ପଥର ଯାତ୍ରୀଟିଏ ମୁଁ

ପ୍ରଣୟେ ବିଭୋର ମିତ

ତୁମେ ଅସରନ୍ତି ପ୍ରୀତିର ମୟୁଖ

ହୃଦୟ ତଳର ଗୀତ ।।


ତୁମରି ରଙ୍ଗରେ ମନକୁ ମୋହର

ରଙ୍ଗାଇଛି ବୋଲି ସଖୀ

ହୃଦୟେ ମୋ ଜଳେ ପ୍ରୀତିର ମଶାଲ

ସପନ ଦେଖଇ ଆଖି ।।


ରଙ୍ଗୀନ ଗୁଡିଟେ ମୋ ଆକାଶେ ତୁମେ

ମୁଁ ଯେ ଥିରି ଥିରି ବାଆ

ଛୁଇଁଦେଲେ ତୁମେ ଭାସି ଭାସି ଯାଅ

ନଈରେ ଯେସନ ନାଆ ।।


ଦେଖି ତୁମ ଆଖି ଦେହେ ରଙ୍ଗମାଖି

ଫଗୁଣ ଆସଇ ଧିରେ

ଆଖି ଦରିଆରେ ମନର ବୋଇତ

ଭସି ଭାସି ଲାଗେ କୂଳେ ।।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance