STORYMIRROR

Basanti Pattnaik

Romance Inspirational

4  

Basanti Pattnaik

Romance Inspirational

ଦେବୀ ବାସନ୍ତୀ

ଦେବୀ ବାସନ୍ତୀ

1 min
425


 ଦେବୀ ବାସନ୍ତୀ, ତୁମେ ଆନନ୍ଦ ଦେଇ

 ଆଗମନେ ହସିଉଠ‌ଇ ଧରଣୀ ଯେ।

 ମା, ତୁମେ ଫୁଲ ଫଗୁଣର ରୋଷଣୀ

  ମଧୂ ଚହଟେ,ଫାଟି ଉଠ‌ଇ ଧରା ଯେ।


 ତୋ ଆଗମନେ ଗ୍ରୀଷ୍ମ ର ଅଗ୍ନି ତାପ

  ଶୀଥଳ ହୋଇ ପଡେ ତାହାର କୋପ ଯେ

  ନବ ଋପେ ହସେ ବନ ତ‌ଋ ଲତା

  ମହ ମହ ବାସେ ହୋଇ ସୁଶୋଭିତା ଯେ।


 ସୁଗନ୍ଧ ମଳୟ ରେ ଧରା ନାଚ‌ଇ

  ଭ୍ରମର ଗୁଞ୍ଜନ ଗୁଞ୍ଜରିତ ହୋଇ ଯେ

 ଫୁଲ ଫଳ ର ଅପୂର୍ବ ସମାହାର

 ଧରଣୀ ପିନ୍ଧ‌ଇ ଶୋଭା ର ସମ୍ଭାର ଯେ।


 ଦେବୀ ବାସନ୍ତୀ, ତୁମେ ପାର୍ବଣ ଧାରୀ

 ଝୁଲଣେ ଝୁଲନ୍ତି ରାଧାକୃଷ୍ଣ ଯୋଡ଼ି ଯେ

 ତୋ ବାଙ୍କ ଚାହାଣୀ କୁ ଚନ୍ଦ୍ରବଦନ

 ଭକ୍ତ ମନ ବୀଭୋର ଦେଖି ଶ୍ରୀ ଅଙ୍ଗ ଯେ।


 ମା ବାସନ୍ତୀ, ସଦ୍ ଭାବନା ଭଣ୍ଡାର

 ବାର୍ତ୍ତା ବହନକାରୀ ସ୍ନେହ, ପ୍ରେମ ର ଯେ

ମା, ସିଂହ ବାହିନୀ,ମହିଷ ମର୍ଦ୍ଦିନୀ 

 ମା, ତୁ ଶକ୍ତି ଋପିଣୀ କୃପାଦାୟିନୀ ଯେ।


ଫଗୁ ଦଶମୀ ର ସପ୍ତ ରଙ୍ଗ ଭରା

ରଙ୍ଗ ରଙ୍ଗଲୀରେ ସର୍ବେ ଆତ୍ମହରା ଯେ

ଅନ୍ୟାୟ ଅଧର୍ମ ମୋହୋ ଦିଅ ଖୋଲି

ଐକ ଭାବର ସନ୍ଦେଶ ଭରି ଦିଅ ଯେ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance