STORYMIRROR

Basanti Pattnaik

Inspirational

3  

Basanti Pattnaik

Inspirational

ମୋ ଓଡ଼ିଶା

ମୋ ଓଡ଼ିଶା

1 min
167

  ମୁଁ ଓଡ଼ିଆ ମୋ ଭାଷାଟି ଯେ କେତେ ବଢ଼ିଆ

  ମୁଁ ଓଡ଼ିଆ ମୋ ମାଟିର ବାସ୍ନା ଭାରି ବଢିଆ।

   


   ଏ ମାଟିର ସାଧବ ପୁଅ ସୁନା ବୋଇତେ ଯାଉଥିଲେ

  ମୋ ସୁବର୍ଣ୍ଣ ମାଟିର ଗାଥା କୁ ବିଦେଶୀ ଜାଣୁଥିଲେ।

 

 ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ

 ମହା ମନୀଷମାନଙ୍କ ଅବଦାନ ରହି

 ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ବରପୁତ୍ର ଲଢିଥିଲେ

 ପୂର୍ଣ୍ଣାଙ୍ଗ ଓଡ଼ିଶା ସ୍ଥାପିତ ପାଇଁ ଯେ ଅମୂଲ୍ୟ ମୂଲ୍ୟ ଦେଲେ।


   ଆମ ସଂସ୍କୃତି ଆମ ଜଗନ୍ନାଥ

   ଗୀତ ଗୋବିନ୍ଦ ବିଶ୍ୱରେ ପ୍ରସିଦ୍ଧ


  ଆମ ତାଳପତ୍ର ପୋଥି ଆମ ପୁରାଣ

  ସର୍ବ ବୃହତ ତ ଆମ ଚିଲିକା ହ୍ରଦ 

 ଆମ ହସ୍ତଶିଳ୍ପ ପଟ୍ଟଚିତ୍ର ବାନ୍ଧ କାମ

 ଆମ ବୟନ ଶିଳ୍ପ ଅନନ୍ୟ ଲାଖ କାମ

  

     ଶ୍ରୀ କ୍ଷେତ୍ର ଲିଙ୍ଗରାଜ କୋଣାର୍କ ମନ୍ଦିର

   ସମଲେଶ୍ଵରୀ ମା ତାରାତାରିଣୀ ପୀଠ

   ଭୁବନେଶ୍ୱର ପୁରୀ କୋଣାର୍କ

   ହୀରକ ତ୍ରିଭୁଜ ସ୍ଵର୍ଣ୍ଣ ଭୁଜ

   କ୍ରୀଡା ଶିକ୍ଷା ମହିଳା ସଶକ୍ତିକରଣ

    ଓଡ଼ିଶା ସବୁରେ ଆଜି ରଖିଛି ଛାପ ।


   ଉତ୍କଳ ଗୌରବ ମଧୁସୂଦନ ଉତ୍କଳମଣି ଗୋପବନ୍ଧୁଙ୍କ କଥା

   ନବ ଓଡ଼ିଶାର ପିତା ମହତାବ କୁନ୍ତଳା ରମାଦେବୀଙ୍କର ଗାଥା।


    ମୋ ଓଡ଼ିଶାର ବୀରତ୍ୱ ବିବିଧ କଥା

    ବିଶ୍ୱ ସ୍ତରରେ ବାଣ୍ଟିଛି ସେ ତାରି ଗାଥା।

  ଓଡ଼ିଆ ଭାବରେ ଆମେ ରେ ଗର୍ବ କରିବା

  ଆମ ମାଟିର ସ୍ୱାଭିମାନ ରକ୍ଷକ ହେବା।



Rate this content
Log in

Similar oriya poem from Inspirational