Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ଆଖିରେ ଆଖିଏ ସ୍ୱପ୍ନ

ଆଖିରେ ଆଖିଏ ସ୍ୱପ୍ନ

1 min
255



କୁଆଁର ପୁନେଇଁ ଚାନ୍ଦ ପୂଜା ସାରି

ଚାଙ୍ଗୁଡିରେ ଧରି ଶୀତ

ଧିର ପଦଚାଳି ଆସୁଥିଲା ପ୍ରିୟା

ମନେମନେ ହେଇ ପ୍ରୀତ ।

ମନତଳେ ଥିଲା କେତେ ପ୍ରଶ୍ନବାଚୀ

ଉତ୍ତର ଖୋଜିଲା ମନେ

ନିଜେ ହଜିଗଲା ନିଜ ଭିତରେ ସେ

ଭାବନାର ପ୍ରତିକ୍ଷଣେ ।

ସାଗର ସୈକତେ ଦେଖିଲା ନିଜକୁ

ଆଖିରେ ବୋଳିଲା ସ୍ୱପ୍ନ

ପ୍ରବାଳ ଦୀପରେ ଘୁରି ବୁଲୁଥିଲା

ମିଳନ ପିପାସୁ ମନ ।

ହିସାବର ଫର୍ଦ୍ଦ ଲମ୍ବି ଯାଉଥିଲା

ଗାଢ ହେଉଥିଲା ଗାତି

ଜ୍ୟୋତ୍ସ୍ନା ପଖାଳିଲା ତୋଫାଦେହ ତାର

ମନ ପାଶୋରିଲା ଭୀତି ।

ପ୍ରିୟତମ ବାହୁ ବନ୍ଧନ ଖୋଜିଲା

ଚୁମା ଖୋଜିହେଲା ଓଠ

କୂଳ ଲଙ୍ଘିଗଲା ଜୁଆରିଆ ମନ

ଆରମ୍ଭିଲା ପ୍ରେମ ପାଠ ।

ଦେହର ଦହନ ଶାନ୍ତ ହେବ ତାର

ପ୍ରିୟର ପରଶ ପାଇ

ଶାନ୍ତ କରିବାକୁ ଦେହର ଦହନ

ମିଳନରେ ହେଲା ବାଇ ।

      


Rate this content
Log in

Similar oriya poem from Romance