STORYMIRROR

Anadi Seth

Abstract Romance Classics

4  

Anadi Seth

Abstract Romance Classics

ପ୍ରେମ ପ୍ରସ୍ତାବ

ପ୍ରେମ ପ୍ରସ୍ତାବ

1 min
1.1K

 ସ୍ମିତହାସ୍ୟ ତବ ଅଳ୍ପ ବାର୍ତ୍ତାଳାପ

                ମୋର ହରି ନେଇଛି ଏ ମନ 

ଚିତ୍ତ ଥୟ ନାହିଁ ତୁମରି ସ୍ମରଣେ 

              କେତେ ଦେଖୁଛି ଦିବା ସପନ ।


ମନ ଉପବନେ ସାଇତି ରଖିଛି 

               ପ୍ରିୟେ ତୁମେ ମୋ ମଧୁ ଚନ୍ଦ୍ରିକା 

ତୃଷାର୍ତ୍ତ ନୟନ ଚାହିଁ ବସିଥାଏ 

             କେବେ ଦେଖିବ ତାର ପ୍ରେମିକା ।


ଗଜଗାମିନୀ ସିଏ ପିକ ବଚନୀ 

                  ତାର ମୁକ୍ତାଝରା ପଦ୍ମମୁଖ 

ଚାନ୍ଦିନୀ ରାତିର ଚାନ୍ଦ ହୋଇ ପୁଣି 

              ମୋର ଚୋରାଇ ନେଇଛି ସୁଖ ।


କୋମଳାଙ୍ଗି ପ୍ରିୟା ଫୁଲ ଠୁଁ କୋମଳ 

               ହୃଦେ ମାରିଦେଲ ପ୍ରେମ ତୀର 

କାମଦେବ ସାଜି ମୋ ଆତ୍ମା ଶିବଙ୍କୁ 

             ମୋପରେ ଛାଡ଼ିଦେଲ ଫୁଲଶର ।


କେତେଦିନ ଆଉ ଦୂରେ ଦୂରେ ଥିବ 

                 ପ୍ରାଣକୁ ଦେଉଛ ଭାରିକଷ୍ଟ 

ତବ ସମ୍ମତିରେ ପ୍ରିୟା ମୁଁ ତୃପ୍ତ ହୁଅନ୍ତି

               କିମ୍ପାଇଁ ହେଉଛ ଏତେ ରୁଷ୍ଟ ।


ତୁମରି ହଁ ରେ ମରୁଦ୍ୟାନେ ମୋର 

                ଫୁଟନ୍ତାଟି ପ୍ରେମର ଜଳାଶୟ 

ସେହି ଜଳାଶୟେ ରାଜହଂସୀ ସାଜି 

                ଦୁହେଁ ବିଚରନ୍ତେ ଅତିଶୟ ।


ନିର୍ଜୀବ ପ୍ରାଣରେ କର ପ୍ରାଣ ସଞ୍ଚରଣ

                ସାଜିଣ ମୃତ୍ୟୁ ସଞ୍ଜିବନୀ ମନ୍ତ୍ର

ପ୍ରେମପୁଷ୍ପ ଧରି ପ୍ରେମଭିକ୍ଷା କରେ 

               କର ମୋଠୁ ମତେ ପରାତନ୍ତ୍ର ।


ମୁଁ ତବ ପ୍ରେମି ତୁମେ ମୋ ପ୍ରିୟସୀ 

                ସର୍ଵ ଜଗତ ଜାଣନ୍ତା ଏ କଥା 

ମରଣପୋରାନ୍ତେ ସଭିଏଁ ଗାଆନ୍ତେ 

               ଆମ ପ୍ରେମର ଅମର ଗାଥା ।


ସ୍ୱର୍ଣ୍ଣାକ୍ଷରେ ହୁଅନ୍ତା ଲିପିବଦ୍ଧ ଆମ 

                ଏଇ ଶାଶ୍ୱତ ପ୍ରେମ କାହାଣୀ 

ଚୀର ସ୍ମୃତିହୋଇ ବିସ୍ମିତ କରନ୍ତା 

            ସାଜି ପ୍ରେମପୃଷ୍ଠା ଅମୋଘ ବାଣୀ ।


ପ୍ରେମ ଇତିହାସେ ବିରଳ ଚରିତ୍ର 

               ହୋଇ ହଂସ ମଧ୍ୟେ ରାଜହଂସୀ 

ମନ ବଦନକୁ ଏକୀକୃତ କରି 

             ସ୍ଫୁରାନ୍ତା ରାଧାକୃଷ୍ଣ ସ୍ଵନ ବଂଶୀ ।


Rate this content
Log in

Similar oriya poem from Abstract