ମାଁ
ମାଁ
ମାଁ ସୃଷ୍ଟିମୟୀ ମାଁ ଜଗଦ୍ଧାତ୍ରୀ
ଜନ୍ମଦାତ୍ରୀ ମାଁ ହିଁ ଶକ୍ତି ସ୍ୱରୂପା
ମାଁ ହସିଲେ ଜଗତ ହସଇ
ବୃଷ୍ଟଇ ଅସରନ୍ତି ତାର କୃପା ।
ରକ୍ତସବୁ କ୍ଷୀର କରି ସନ୍ତାନକୁ ଦିଏ
ନିଜେ ଭୋଗି ଜୀର୍ଣ୍ଣ କାୟାର ଯାତନା
ସନ୍ତାନ ହସ ପାଇଁ ଭୁଲଇ ସେ ପୁଣି
ଗର୍ଭ ଦୁଃଖ ସଙ୍ଗେ ପ୍ରସବ ବେଦନା ।
ନିଜେ କାନ୍ଦି ସେ ସନ୍ତାନେ ହସାଏ
ସନ୍ତାନ ସୁଖ ଏକା ତାର କାମ୍ୟ
ମୂର୍ଖ ସନ୍ତାନ ପ୍ରତାରିତେ ସୁଦ୍ଧା
ସେ ଗୁଣୀ ପୁତ୍ରେ କରେ ସାମ୍ୟ ।
ନିରପେକ୍ଷ ତା ସ୍ନେହ ମମତା
ସେ ସର୍ବ°ସହା ଧରିତ୍ରୀ ମାତା
ଆଶୀର୍ବାଦ ଦିଏ ଅଭିଶାପେ ନି
ଯଦି ଓ ପୁତ୍ର ହୁଅଇ ଟି ଦୁଷ୍ଟା ।
ଦାନଵ ହୋଇ ପାରେ ସନ୍ତାନ
ମାତ୍ର ମାତା ନହୁଏ କେବେ ଦାନବୀ
ସଦା ଚିନ୍ତେ ସେ ସନ୍ତାନ କଲ୍ୟାଣ
ଅମ୍ଲାନ ତା ପ୍ରେମ ବାତ୍ସଲ୍ୟର ଦେବୀ ।
ଯେତେ ସେବା କଲେ ନିଅଣ୍ଟ ଅଟଇ
ସନ୍ତାନ ସୁଝି ପାରିବନି କେବେ ତା ଋଣ
ପୁର୍ନଜନ୍ମ ନେଲେ ସୁଦ୍ଧା ନପାରିବ ସେବୀ
ମହିୟସୀ ମାତା ସେଇ ସନ୍ତାନର ପ୍ରାଣ ।
କବି ନ ବର୍ଣ୍ଣିପାରେ ମାତା ଯଶ ଗୁଣ ଗାନ
ଅବର୍ଣ୍ଣନୀୟା ସେହି ସ୍ନେହମୟୀ ଧାତ୍ରୀ
ଗଣେଶ ସୁଦ୍ଧା ଅକ୍ଷମ ରଚିବାରେ କାବ୍ୟ
ଯଦି ଚଳାନ୍ତି ଲେଖନୀକୁ ଦିବାରାତ୍ରୀ ।
ଈଶ୍ୱର ସୁଦ୍ଧା ତାର ସମକକ୍ଷ ନୁହଁ
ବିଶ୍ୱ ବ୍ରହ୍ମାଣ୍ଡ ଗାଏ ଯାର ଅମୀୟ ଗାଥା
ଅନନ୍ତ କୋଟି ଦଣ୍ଡବତ କରେ ତା ପୟରେ
ସସାଷ୍ଟାଙ୍ଗ ମୋର ନୁଆଁଇଣ ଏହି ମଥା।
