STORYMIRROR

Anadi Seth

Abstract

4  

Anadi Seth

Abstract

ମାଁ

ମାଁ

1 min
320

ମାଁ ସୃଷ୍ଟିମୟୀ ମାଁ ଜଗଦ୍ଧାତ୍ରୀ

               ଜନ୍ମଦାତ୍ରୀ ମାଁ ହିଁ ଶକ୍ତି ସ୍ୱରୂପା

ମାଁ ହସିଲେ ଜଗତ ହସଇ

                ବୃଷ୍ଟଇ ଅସରନ୍ତି ତାର କୃପା ।


 ରକ୍ତସବୁ କ୍ଷୀର କରି ସନ୍ତାନକୁ ଦିଏ

            ନିଜେ ଭୋଗି ଜୀର୍ଣ୍ଣ କାୟାର ଯାତନା 

ସନ୍ତାନ ହସ ପାଇଁ ଭୁଲଇ ସେ ପୁଣି

             ଗର୍ଭ ଦୁଃଖ ସଙ୍ଗେ ପ୍ରସବ ବେଦନା ।


ନିଜେ କାନ୍ଦି ସେ ସନ୍ତାନେ ହସାଏ

                ସନ୍ତାନ ସୁଖ ଏକା ତାର କାମ୍ୟ

ମୂର୍ଖ ସନ୍ତାନ ପ୍ରତାରିତେ ସୁଦ୍ଧା

              ସେ ଗୁଣୀ ପୁତ୍ରେ କରେ ସାମ୍ୟ ।


ନିରପେକ୍ଷ ତା ସ୍ନେହ ମମତା

                 ସେ ସର୍ବ°ସହା ଧରିତ୍ରୀ ମାତା

ଆଶୀର୍ବାଦ ଦିଏ ଅଭିଶାପେ ନି

               ଯଦି ଓ ପୁତ୍ର ହୁଅଇ ଟି ଦୁଷ୍ଟା ।


ଦାନଵ ହୋଇ ପାରେ ସନ୍ତାନ

             ମାତ୍ର ମାତା ନହୁଏ କେବେ ଦାନବୀ

ସଦା ଚିନ୍ତେ ସେ ସନ୍ତାନ କଲ୍ୟାଣ

           ଅମ୍ଲାନ ତା ପ୍ରେମ ବାତ୍ସଲ୍ୟର ଦେବୀ ।


ଯେତେ ସେବା କଲେ ନିଅଣ୍ଟ ଅଟଇ

           ସନ୍ତାନ ସୁଝି ପାରିବନି କେବେ ତା ଋଣ

ପୁର୍ନଜନ୍ମ ନେଲେ ସୁଦ୍ଧା ନପାରିବ ସେବୀ

                     ମହିୟସୀ ମାତା ସେଇ ସନ୍ତାନର ପ୍ରାଣ ।


କବି ନ ବର୍ଣ୍ଣିପାରେ ମାତା ଯଶ ଗୁଣ ଗାନ

            ଅବର୍ଣ୍ଣନୀୟା ସେହି ସ୍ନେହମୟୀ ଧାତ୍ରୀ

ଗଣେଶ ସୁଦ୍ଧା ଅକ୍ଷମ ରଚିବାରେ କାବ୍ୟ

           ଯଦି ଚଳାନ୍ତି ଲେଖନୀକୁ ଦିବାରାତ୍ରୀ ।


ଈଶ୍ୱର ସୁଦ୍ଧା ତାର ସମକକ୍ଷ ନୁହଁ               

           ବିଶ୍ୱ ବ୍ରହ୍ମାଣ୍ଡ ଗାଏ ଯାର ଅମୀୟ ଗାଥା

ଅନନ୍ତ କୋଟି ଦଣ୍ଡବତ କରେ ତା ପୟରେ               

         ସସାଷ୍ଟାଙ୍ଗ ମୋର ନୁଆଁଇଣ ଏହି ମଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract