Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Binay Mohapatra

Inspirational Abstract

3  

Binay Mohapatra

Inspirational Abstract

ବନଷ୍ପତି

ବନଷ୍ପତି

1 min
135


ଧୂଳି ମାଟି କଙ୍କରିତ

ଏଇ ଧୁସର ଧରିତ୍ରୀକୁ

ତୁମେଇ ତ ସବୁଜିମାରେ ଭରିଦେଲ,

ତୁମରି ରଙ୍ଗରେ ରଙ୍ଗେଇ ଦେଲ ।

ତୁମରି ନବ କିଶଳୟ,

ତୁମରି ପୁଷ୍ପ ସମ୍ଭାରରେ

କେତେଯେ ରଙ୍ଗ ବିଛାଡିଗଲ,

ପ୍ରାଣେ ପ୍ରେମ ତୁମେଇ ତ ଭରିଦେଲ ।

ପ୍ରାଣେ ପ୍ରାଣବାୟୁ ତୁମେଇ ତ ଦେଲ,

ଅନ୍ନମୟ ପିଣ୍ଡେ ପ୍ରତି କୋଷୀକାରେ,

ତୁମେତ ବୋହୁଛ ପ୍ରତିକ୍ଷଣ

ପ୍ରତି ମୁହୂର୍ତ୍ତରେ,

ପ୍ରତିଟି ପ୍ରାଣୀର ପ୍ରତିଟି ନିଶ୍ୱାସକୁ

ତୁମେ ତ ରୁଣି କରିଦେଲ ।

ରୁତୁ ବି ବଦଳେ ଏଇଠି,

ଅରୁତୁରେ ବର୍ଷା ବି ଆସେ,

ତୁମେ ତ ନିଶ୍ଚିତ କର ରୁତୁଚକ୍ର

ବର୍ଷା ବୈଶାଖ ବସନ୍ତର ଖେଳ ।

ତୁମେ ତ ଦାତା,

ହେଲେ ତୁମେ ଅତିଦାନୀ ହେଲ ।

ସେଇଠି ତୁମେ, ସବୁଠାରୁ

ବଡ ଭୂଲ କରିଦେଲ ।

ଏଇ ବେଇମାନ ଦୁନିଆଁରେ

ସମସ୍ତେ ଖାଇବେ ଶେଷେ

ମୁହଁ ପୋଛି ନେବେ ।

ଦାନବୀର ବାଳୀ ତୁମେ,

ସଭ୍ୟତାର ତୃତୀୟ ପାଦ ଆଘାତରେ,

ପାତାଳେ ଚାଲିଯିବ ।

ଏଠି ସବୁ ପ୍ରହାରେଣ ଧନଞ୍ଜୟ,

ହେ ଦୂବ, ହେ ମହାଦୃମ,

ପାରିବତ ତୁମେ ତୁମ ନିଜକୁ ରକ୍ଷାକର ।


Rate this content
Log in