STORYMIRROR

BISWESWAR MAJHI

Abstract Inspirational

3  

BISWESWAR MAJHI

Abstract Inspirational

ଶ୍ରଦ୍ଧାଂଜଳି ସୁଷମା ସ୍ୱରାଜ

ଶ୍ରଦ୍ଧାଂଜଳି ସୁଷମା ସ୍ୱରାଜ

1 min
333

ହରିୟାନା ରାଜ୍ୟ ଦିଲ୍ଲୀର ପଡ଼ୋଶୀ ଅନୁନ୍ନତ ନାରୀ ଶିକ୍ଷା

ଉନବିଂଶ ଶଦି ବାଉନ ସାଲର ଫେବୃଆରୀ ଚୌଦ ଦୀକ୍ଷା

ଅମ୍ବାଲା କ୍ୟାଣ୍ଟରେ ଯୁଗ ବଦଳିଲା ଝିଅ ହୋଇ ଜନମିଲ

ସୁଷମା ନାମରେ ପରିଚିତ ହୋଇ ଇତିହାସ ରଚିଗଲ।

ନାରୀ ନୁହେଁ ଖାଲି ଅଳଙ୍କାର ବୋଲି ପରିଚୟ ଦେଇଗଲ

ଉଚ୍ଚ ଶିକ୍ଷା ଲଭି ପୁରୁଷ କାନ୍ଧରେ କାନ୍ଧଟି ମିଶାଇଲ।

ଉଚ୍ଚତମ ନ୍ୟାୟାଳୟେ ଅଧିବକ୍ତା ରାଜନୀତି ପଙ୍କେ ପଙ୍କଜ

ସ୍ୱରାଜ କୌଶଲ ବର ବରି ନାମ ବହିଲ ସୁଷମା ସ୍ୱରାଜ।

ଦିଲ୍ଲୀ ରାଇଜ ମୁଖ୍ୟମନ୍ତ୍ରୀ କିଛି ନୂଆ କରିବାର ନିଶା

ଅନ୍ଧାରୀ ବିଜେ କରୁଥିଲ ଆହେ ବହ୍ନିମାନ ଦୀପ୍ତ ଯୋଷା।

ଭାରତର ବୈଦେଶିକ ମନ୍ତ୍ରୀ ପଦ ଜାତିସଂଘରେ ଭାଷଣ

ସଂସ୍କୃତ ଭାଷାରେ ଦକ୍ଷତା ତବ ଆନ ଏକ ବିଶେଷଣ।

ବାଜପେୟୀ ଆଡ଼ଭାନୀଙ୍କ ଉତ୍ତର ଦ୍ୱିତୀୟ ପୀଢ଼ିର ନେତା

ନାମ ତବ ଯୋଡ଼ା ହେଉଥିଲା ଦୃଢ଼ମନା ମିଷ୍ଟଭାଷୀ ନେତା

ଵୃକକ କଷଣ କଲା ହୀନିମାନ ରାଜନୀତି କଲ ତେଜ

ତଥାପି କାଳକୁ ବେଳ ନମିଳିଲା ଧରାଇଲା ଏମସ୍ ଶେଜ।

ବିଂଶ ଉନବିଂଶ ଅଗଷ୍ଟ ମାସର ଛଅ ଟି କଳା ଦିବସ

ଅନୁପମା ବାମା ସୁଷମା ଜେମାଙ୍କୁ କରଲା ଶେଷେ ବିବସ।

ବାଗ୍ମୀ ବାକପଟୁ ମଧୁର ଭାଷିଣୀ ପୁଣି ବହ୍ନିଭାଷୀ ନେତ୍ରୀ

ସ୍ୱଛ ସରଳ ଦକ୍ଷ ଜୀବନ ଅମାୟିକ ଅଗ୍ନିହୋତ୍ରୀ।

ସୁଷମା ନାମଟି ସାର୍ଥକ କରିଛ ସ୍ୱରାଜର ବାର୍ତ୍ତାବହ

ଅମଳିନ ତବ ଆତ୍ମା ବୈକୁଣ୍ଠରେ ବିଷ୍ନୁଗଣେ ଅବଗାହ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract