Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others Abstract

3  

Prafulla Chandra Mishra

Others Abstract

ସେ ଶଗଡ଼ି ବାଲା

ସେ ଶଗଡ଼ି ବାଲା

1 min
313


         

ଜୀବନ ର ଶଗଡ଼ି ରେ, ଶଗଡ଼ି

ଦୁଇ ଚକ ଦେଲି ସତ୍ୟ,ଧର୍ମ ବୋଲି

ସେତ ଅବିରତ ଗଡି ଚାଲେ , 

ଜୀବନ ର ଶଗଡ଼ି ରେ ।।


ପଥ ତ ବଡ ବିଷମ,

ପୁରୁଷ,ପ୍ରକୃତି ଦୁଇଜଣ ମିଳି

ସେଇ ଦୁର୍ଗମ ପଥରେ,

ଟାଣନ୍ତି ଶଗଡ଼ି ତୋରେ ଆଶ୍ରାକରି

ଏଇ ସଂସାର ଭିତରେ ,

ଜୀବନ ର ଶଗଡ଼ି ରେ…।।


ବାଇଆ ବସା ସଂସାର,

ପତ୍ର ଅଗ୍ରଭାଗେ ମୋ ବସା ଝୁଲଇ

ଏ ଶୂନ୍ୟ ସହକାର ତଳେ,

ଅନେକ ସପନ ଆଶାର ପ୍ଳାବନ

ଉଦ୍ରେକ ହୁଏ ମନରେ ,

ଜୀବନ ର ଶଗଡ଼ି ରେ…।।


କେତେ ହସ କେତେ କାନ୍ଦ,

ତୁମେତ ଦୟାର୍ଦ୍ର ପୁରୁଷ ଗୋସାଇଁ

ତୁମରି କରୁଣା ବଳେ,

ଏ ଜୀବନ ଶଗଡ଼ି  ଯାଉଥାଉ ମାଡି

ତୁମରି ନିର୍ଦ୍ଦେଶ ରେ ,

ଜୀବନ ର ଶଗଡ଼ି ରେ…।।



Rate this content
Log in