STORYMIRROR

Jayanta Janapriya Mahakur

Abstract Others

3  

Jayanta Janapriya Mahakur

Abstract Others

ହାରି ଯା ନାହିଁ

ହାରି ଯା ନାହିଁ

1 min
358

ଯେବେ ଯେବେ ତୁ ଭାଙ୍ଗିଯାଉ

    ସମାଧାନର ବାଟ ନପାଉ।।

ନିରାଶାର ବାଦଲରେ ଢାଙ୍କିଯିବୁ ଯେବେ

    ଦୁଃଖର ପାହାଡ଼ ତଳେ ହଜିଯିବୁ ଯେବେ।।

ହାରି ଯା ନାହିଁ ହାରି ଯା ନାହିଁ

    ତୋ ପରି ଆଉ ନୁହେଁ କେହି।।

ସମସ୍ୟା ର ହଜାରେ ପ୍ରଶ୍ନ ରେ

    ଦୁଃଖର ନାନା ପରିସ୍ଥିତିରେ ।।

ହାରି ଯା ନାହିଁ ହାରି ଯା ନାହିଁ

    ତୋ ପରି ଆଉ ନୁହେଁ କେହି।।

ହ ନା କେବେ ପରିସ୍ଥିତିର ଦାସ

     ସବୁ ଶତ୍ରୁକୁ କର ତୁ ବିନାଶ।।

ସଂଘର୍ଷ ହିଁ ଅଟେ ଜୀବନ

     ତୁ ହିଁ ଅଟୁ ଭଗବାନଙ୍କ ଦାନ।।

ଅଳ୍ପ ନୁହେଁ ତୋର ସଂକଳ୍ପ

     ଅବା ନାହିଁ ତା'ର କୌଣସି ବିକଳ୍ପ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract