STORYMIRROR

Jayanta Janapriya Mahakur

Others

3  

Jayanta Janapriya Mahakur

Others

ମୁଁ ଭ୍ରମିତ

ମୁଁ ଭ୍ରମିତ

1 min
115

ମୁଁ ଭ୍ରମିତ,ମୁଁ ଭ୍ରମିତ,ମୁଁ ଭ୍ରମିତ

କ'ଣ ମୁଁ ସତରେ ମଣିଷ ତ?


ଲାଞ୍ଚ ଦେବି ନାହିଁ ବୋଲି କରିଛି ଶପଥ

ତଥାପି ଆଜି ଦେଇଛି ଲାଞ୍ଚ ହୋଇ ଭ୍ରମିତ।


ବାରମ୍ବାର ନିଜକୁ କହିଛି ସତ କହିବାକୁ

ମାତ୍ର ମିଛ କହି ପ୍ରତିଥର ଯାଇଛି ଆଗରୁ।


"ସ୍ୱଚ୍ଛଭାରତ ଅଭିଯାନ" ରଚନା ଲେଖି ହୋଇଥିଲି ପ୍ରଶଂସିତ

ବୋଧେ ଫିଙ୍ଗିବା ପାଇଁ ଆବର୍ଜନା ରାସ୍ତା ଉପରେ ଅବିରତ।


ସିନେମା ହଲରେ ସିନେମା ଦେଖି ଭାବେ ମୁଁ ନିଜକୁ ନାୟକ

କିନ୍ତୁ କାହିଁ ବାହାରେ ଆଇନା ଦେଖିଲେ ଦିଶେ ମୁଁ ଖଳନାୟକ।


କୁକୁର କୁ ପୁଅ ଭାବି ପାରିଲି ମୁଁ ମୋର ଘରେ

ମାତ୍ର ଛେଳି କାଟି ଖାଇବି ମୁଁ ଅତି ଆରାମରେ।


ମୁଁ ଭ୍ରମିତ,ମୁଁ ଭ୍ରମିତ,ମୁଁ ଭ୍ରମିତ

କ'ଣ ମୁଁ ସତରେ ମଣିଷ ତ?


ସରକାରୀ ବିଦ୍ୟାଳୟରେ ଭଲପଢା ହେଉନାହିଁ କହିବି

କିନ୍ତୁ କାହିଁକି ପଢାହେଉନି ଏ ବିଷୟରେ ପରେ ଭାବିବି।


ଶେଷରେ ନିରାଶ ହୋଇ ଲେଖିବି ପୁଣି ଗୋଟାଏ କବିତା

ଅପେକ୍ଷା କରିବି ଭଲଦିନର ଯେପରି ରାମଙ୍କୁ ଅପେକ୍ଷା କରିଥିଲେ ସୀତା।



Rate this content
Log in