STORYMIRROR

Jayanta Janapriya Mahakur

Romance Tragedy Others

3  

Jayanta Janapriya Mahakur

Romance Tragedy Others

କାହିଁକି

କାହିଁକି

1 min
185

ଆଉ କେତେ ଦିନ ଏପରି ପ୍ରତାରଣାରେ ବଞ୍ଚିବି

ସ୍ନେହ ବନ୍ଧୁତା କହି ପ୍ରତିଥର ମାୟାଜାଲରେ ଫସିବି।

କେବେ ତ ଦିନ ଆସିବ ଯେବେ ତୁମେ ପଡ଼ିବ କର୍ମଚକ୍ରରେ

ସେଦିନ ମୁଁ ବି ଦେଖିବି କିପରି ମାଗିବ ସାହାଯ୍ୟ ମୋ ଆଗରେ।


ମାନୁଛି ମୁଁ ବି ଭୁଲ୍ କରିଥିଲି, ମଣିଷ ଅଟେ ନା

କିନ୍ତୁ ଯେତେ କ୍ଷମା ମାଗିଲେ ବି ତ ତମ ମନ ଭରେନା।

ଏବେ ବି ମୁଁ ଦୁଃଖ ରେ ଲୁହ ଗଡାଏ ତୁମକୁ ମନେ କରେ

ଆଉ ଭାବେ ଅଭିମାନ ବି କେତେ ଭୟଙ୍କର ହୋଇପାରେ।


ବନ୍ଧୁତାର ମିଠା ମିଠା ପହଳି କହି ସବୁଥର ବିମୋହିତ କଲ

 ଆଉ ଶେଷରେ ବଇରୀ ସାଜି ନିଜ ଡାଳରେ ହିଁ କୁରାଢି ମାରିଲ।

 ଥରେ କହି ଦେଇଥାନ୍ତ ଯେ ତୁମେ କେବଳ ସ୍ୱାର୍ଥର ପକ୍ଷୀ

ମୁଁ ବି ତୁମକୁ କେବେ ବାନ୍ଧି ନଥାନ୍ତି ମୋ ହୃଦୟ ପିଞ୍ଜରାରେ ରଖି ।


 ଆଜି ମୋ ପାଖରେ ବୋଧେ କିଛି ନାହିଁ ଏହା ତୁମେ ଭାବିପାର

କିନ୍ତୁ ମୁଁ ଜାଣିଛି ସବୁଥାଇ ନିଷ୍ପେସିତ ହେବାଠାରୁ କିଛି ନଥିବା ସାର।

ସମୟ ପାଇଲେ କେବଳ ଏତିକି ପ୍ରାର୍ଥନା କରେ ଭଗବାନଙ୍କ ଆଗରେ

ନପାଆନ୍ତୁ ଦୁଃଖ ଯାହା ମୁଁ ଭୋଗିଛି ଆଉ କେହି ମୋ ପରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance