STORYMIRROR

Jayanta Janapriya Mahakur

Abstract

3  

Jayanta Janapriya Mahakur

Abstract

ଇତିହାସ

ଇତିହାସ

1 min
279

ମୁଁ ଶୁଣିଥିଲି ଇତିହାସ ତାକୁ ହିଁ କହନ୍ତି

ଯେଉଁଥିରୁ ଲୋକେ କିଛି ଶିଖିବାକୁ ପାଆନ୍ତି।


କିନ୍ତୁ ସମାଜରେ ସେହି ପୁରୁଣା ରୀତି

ହେଉଛି କେବଳ ଇତିହାସର ପୁନରାବୃତ୍ତି।


ଦୁର୍ନୀତି,ଭ୍ରଷ୍ଟାଚାର କରୁଛି ନିଜ ବଂଶବିସ୍ତାର

ମାତ୍ର ଗରିବ ଜନତା ଆଜି ବି ଖୋଜୁଛି ଆହାର।


ଦେଶର ଅବସ୍ଥା କିଛି ଏହି ପ୍ରକାର

ପାଇପାରୁ ନାହାନ୍ତି ଜନତା ନିଜ ଅଧିକାର।


ଲାଞ୍ଚୁଆ, ମିଛୁଆଙ୍କ ସାମ୍ରାଜ୍ୟ ବ୍ୟାପିଛି

ଆଗକୁ କେବଳ ଅନ୍ଧକାର ହିଁ ଦିଶୁଛି।


କେତେକ ସମାଜରେ ରହି ସମାଜକୁ୍ ହିଁ ଧ୍ୱଂସ କରୁଛନ୍ତି

 ଏବଂ ଏକଥା ସମସ୍ତେ ଜାଣି ମଧ୍ୟ ଚୁପଚାପ ଅଛନ୍ତି।


କାହିଁକି ଆଜି ବି ହେଉଛି ହତ୍ୟା, ଚୋରି, ବଳାତ୍କାର

କ'ଣ କେବଳ ବାକି ଅଛି ମାନବିକତାର ଶବସତ୍କାର।


ଆଜି ବି ବହୁ ମେଧାବୀ ବଞ୍ଚିତ ଶିକ୍ଷା ପାଇଁ

ଆଉ ସେଠାରେ ବହୁ ଧନୀ ସମ୍ମାନିତ ଧନ ପାଇଁ।


ସତୁରୀବର୍ଷ ପୂର୍ବରୁ ଭାରତ ଥିଲା ବିକାଶଶୀଳ ଦେଶ

କାହିଁ ଆଜି ବି ମୁଁ ପଢୁଛି ସେହି ଏକା ଜିନିଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract