STORYMIRROR

Jayanta Janapriya Mahakur

Tragedy Inspirational

3  

Jayanta Janapriya Mahakur

Tragedy Inspirational

କହିଲେ କହିବ କହୁଛି

କହିଲେ କହିବ କହୁଛି

1 min
408

ଓଲଟ ପାଲଟ ଦୁନିଆରେ

ତିନି,ଦୁଇ ତାପରେ ଏକେ

 ଆରେ ଦେଖେ ଭାଇ ଦେଖେ ।‌।

ଆଜି ଚାଲେ ବହୁ ସମିତି

 କରିବା ପାଇଁ ଉନ୍ନତି ।।

ଆସନ୍ତି ହଜାରେ ଲୋକ

ସଭାରେ ହୁଅନ୍ତି ଦୁଃଖସୁଖ।।

ସଭିଙ୍କ ପକେଟେ ଭିଭୋ,ଅପ୍ପୋ

ଆରମ୍ଭ ହୁଏ ପିଲାଦିନ ଗପସପ।।

ନିଆଁ ହୁଏ ଗୋଟେ ପରେ ଗୋଟେ ଫଟୋ

ରେ ଭାଇ ସବୁ ତ ଫେଅସବୁକ ନାଟ 

ରେ ଫେଅସବୁକ୍ ନାଟରେ,ଫେଅସବୁକ ନାଟ।।

ଫେସବୁକ ରେ ଲାଇକ୍ ପାଇଁ 

ସଭିଏଁ ଆସନ୍ତି ଧାଇଁ ଧାଇଁ ।।

ଯୋଜନା ନାଁରେ ଏ କି ପାଲା

ଚାଲିଅଛି ସବୁଆଡେ ଘୋଟାଲା।।

ମୁଠାଏ ଭାତ ପାଇଁ ଗରିବ ମରେ

ଖବର ପହଞ୍ଚେ ଘରେ ଘରେ।।

ସମସ୍ତଙ୍କ ମୁଣ୍ଡ ତଳେ 

କାହିଁକି ନା ଫ୍ରି ୱଇ-ଫାଇ ମିଳେ।।

ଆଧାର କାର୍ଡ ର ଖଳନାୟକ

ଫେସବୁକରେ ହୁଏ ନାୟକ ।।

ସବୁ ଆଡ଼େ କାମ ଢିଲା

ଟଙ୍କା ପାଇଁ ଠେଲାପେଲା।।

ଲଙ୍କାକୁ କହି ରାମ ରାଇଜ

ରାବଣ ସବୁ କରନ୍ତି ମଉଜ।।

ନରକକୁ କରି ସରଗ

ବାଘ ଘରେ ନାଟକରେ ମିରିଗ।।

ଅଧିକାରୀ କରି ଆସନ୍ତି କରି ବିହାର

ସବୁ ଠିକ୍ ଚାଲେ ଯଦି ମିଳେ ଉପହାର

କର ସାଧୁଜନ ଟିକେ ବିଚାର।।

ରାମରାଜ୍ୟ କଥା ଉଠିଲେ କେବେ

ପ୍ରଶ୍ନ ହୁଏ କେଉଁ ଭାଟିରେ ତୁ ପିଉଥିବା ବେ?

ତିନି ତୁଣ୍ଡରେ ଛେଳିକୁ କୁକୁର କରି

ତୋର କରନ୍ତି ଏଠି ଯେ ଚୋରି।।

ଆଦର୍ଶ ଏଠି ଭୋକରେ ମରେ

ମାତ୍ର ଦୁର୍ନୀତି ସବୁ ଗିଳି ପାରେ।।

ଅଜବ ନୁହେଁ ଏ ଭାରତ ଅଟେ ଗଜବ୍

ଲୋକଙ୍କ କଥା ଏଠି କିଏ ବୁଝିବ।।

ଜନତା ହୁଏ କେବଳ ଶୋଷିତ 

ନାହିଁ ଜାଗା ତାଙ୍କ ପାଇଁ ଏଠି ତ।।

ଲାଞ୍ଚୁଆର ବେକ ନ ଧରି

କି ହେବ ପାଦ ଧରିଲେ ଭୟରେ ମରି।।

ନେଇ ନେଇ ଯେ ନେତା

ଭ୍ରଷ୍ଟାଚାରୀ ଏଠି ଜଗତଜିତା ।।

ଶୁଣିବାକୁ ଲାଗେ ଏ କଥା ପିତା

ହେବ କି ରାମରାଜ୍ୟ ଥିବେ ରାମ ଓ ସୀତା।।

ସରକାର ଭାବିଲେ ଆମ ଲୋକ ବୋକା

ଆରେ ଦିନ ଶିକ୍ଷିତ ସବୁ ତ ସିଧା ଆମେରିକା।।

ଦେଶ ଛାଡ଼ିଲା,ଦେଶ ତତିଲା

ଲୋକେ ଭୋକିଲା, ସବୁ ତ ପାଣିରେ ମିଶିଲା ।।

ଦୁଃଖରେ ଜୀବନ ଯାଉଛି

କହିଲେ କହିବ କହୁଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy