STORYMIRROR

Jayanta Janapriya Mahakur

Tragedy Inspirational

4  

Jayanta Janapriya Mahakur

Tragedy Inspirational

ନୂଆ ବର୍ଷର ପୁରୁଣା ଚିତ୍ର

ନୂଆ ବର୍ଷର ପୁରୁଣା ଚିତ୍ର

1 min
286

ସକାଳୁ ଉଠି ଗାଧୋଇ ସାରି, ମନ୍ଦିର ଯିବା ରାସ୍ତାରେ

ପୁଣି ଦେଖିଲି ସେହି ଭିକାରୀକୁ ଭିକ ମାଗିବା ଅବସ୍ଥାରେ।


ସେହି ଝିଅ ପଢିନଯାଇ ଯାଉଥିଲା ବାସନ ସଫାକରି

ଯାହା ସେ କରିଥିଲା ଠିକ୍ ଗତବର୍ଷର ସବୁଦିନ ପରି।


କମ୍ବଳ ନ ପାଇ ଶୀତରେ ଥରୁ ଥିବା ବୁଢ଼ାଟିଏ ବି ଥିଲା

ମାତ୍ର ସେ ନୂଆବର୍ଷ ନୁହେଁ ନୂଆଜନ୍ମକୁ ଅପେକ୍ଷା କରିଥିଲା।


ଛେଳି ଓ କୁକୁଡ଼ା କେବଳ ନିନ୍ଦୁଥିଲେ ନିଜ ଭାଗ୍ୟକୁ

ଆଉ ନିଜ ପ୍ରିୟଜନଙ୍କୁ କହୁଥିଲେ ଦେଖାହେବା ଆର ଥରକୁ।


ମୁଁ ବଢ଼ି ଚାଲିଲି ପ୍ରସାଦ ନେଇ ମୋର ଘରକୁ

ଶୁଣିଲି ମଦୁଆ ଯୋଗୁଁ ନୀରିହ ଚାଲିଗଲା ଆରପାରିକୁ।


କେମିତି କେଜାଣି ଭୁଲିଗଲି ଆଜି ନୂଆ ବରଷ

ଏବଂ ଲେଖି ଦେଲି ଏହି କବିତା ହୋଇ ନିରାଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy