STORYMIRROR

Jayanta Janapriya Mahakur

Abstract Others

4  

Jayanta Janapriya Mahakur

Abstract Others

ଏ ଦୁନିଆ

ଏ ଦୁନିଆ

1 min
360

ସକାଳୁ ଆସି ମୋତେ କହିଲା ଜଣେ

ପୃଥିବୀ ଆଜି ଆତଙ୍କିତ ଅଧର୍ମୀ ର ପାଶବିକ ଆହ୍ବାନେ।

ଅଧର୍ମର ଅଗ୍ନିରେ, ଅନ୍ୟାୟର ଜ୍ୱାଳାରେ ପୃଥିବୀ ଯେ ଥରହର ,

ଚାରିଆଡେ ରବି ଶୁଭୁଚି କେବଳ ତ୍ରାହିକର,ତ୍ରାହିକର।


ଆରେ ମୁଁ ପଚାରୁଛି ଏ ଦୁନିଆର ପରିଚୟ

ମୁଁ ଚାହେଁ ଅଧର୍ମ, ଅନ୍ୟାୟ ରୁ ବିଜୟ।

ଚତୁର୍ଦ୍ଦିଗେ ପୃଥିବୀ ଆଜି ବିଖଣ୍ଡିତ

ମାନବ ଆଜି ଦୀର୍ଘ ନିଦ୍ରାରେ ସୁପ୍ତ।


ହେ ଭଗବାନ ତୁମେ ହିଁ ଅଟେ ସର୍ବଶକ୍ତିମାନ

କି କରିବି କହ ସତ୍ୟର ଅନ୍ୱେଷଣ ନା ମିଥ୍ୟାର ଅନୁସରଣ।

କହ ଆରେ ମୋ ସୃଷ୍ଟିକର୍ତ୍ତା ଭଗବାନ

କି କରିବି ମୁଁ ଅଧର୍ମର ଶରଣ ନା ଅଧର୍ମ ବିରୋଧରେ ଗର୍ଜନ।

ଶକ୍ତି ଦିଅରେ ହେ ପ୍ରଭୁ ମୋତେ

ଧର୍ମର ସ୍ଥାପନା କରିବି ଏ ବିଶାଳ ଜଗତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract