STORYMIRROR

Jayanta Janapriya Mahakur

Others

3  

Jayanta Janapriya Mahakur

Others

ସେହି ବନ୍ଧୁମାନଙ୍କ ପାଇଁ

ସେହି ବନ୍ଧୁମାନଙ୍କ ପାଇଁ

1 min
423

ବନ୍ଧୁ ମନେପଡ ତୁମେ ଯେ ଆଜି

    ପାଉନି ମୁଁ କେଉଁଠି ବି ଖୋଜି।

ଆସି ଯାଅ ଥରେ ମିଳାଇ ଦିଅ ହାତ

      ମୁଁ ତୁମର ଭବ୍ୟ ସ୍ଵାଗତ ।

ଗାଇବା ପୁଣି ପିଲାଦିନର ଗୀତ

     ହୋଇ ସଭିଏଁ ଏକତ୍ରିତ ।

ନାଚିବା,ଝୁମିବା ମନେପକାଇବା ପୁଣି

    ଅତୀତର ସେହି ମିଠା ମିଠା କାହାଣୀ।

ଛୋଟବେଳର ସେ କଉତୁକିଆ ମନ

   ନଥିଲେ ତୁମେ ଅଧୁରା ଲାଗେ ଏ ଜୀବନ।

ବନ୍ଧୁ ତୁମେ ଥିଲେ ମୋର ପାଖରେ

     ସବୁ ଦୁଃଖ ଥାଏ ବହୁ ଦୂରେ।

ନିରାଶା ରେ ଥିଲେ ହାତ ଦିଅ ବଢାଇ

     ଅନ୍ଧକାର ଯାଏ ଜୀବନୁ ଦୂରେଇ।

କି ସୁନ୍ଦର ସେ ଲୁଚକାଳି ଖେଳ

     ମନେ ପଡେ ବେଳକୁ ବେଳ ।

ଗ୍ରୀଷ୍ମର ଖରାରେ , ଶ୍ରାବଣର ବର୍ଷାରେ

   ସବୁବେଳେ ଥାଅ ତୁମେ ମୋ ସାଥିରେ ।

ହେ ବନ୍ଧୁ ବିଦାୟ କହିବନି କେବେ ମୋତେ

  ତୁମଠୁ ପ୍ରିୟ କେହି ନାହିଁ ମୋର ଏ ଜଗତେ।



Rate this content
Log in