STORYMIRROR

Jayanta Janapriya Mahakur

Others

3  

Jayanta Janapriya Mahakur

Others

ନା କହି ପାରେ ନା ସହିପାରେ

ନା କହି ପାରେ ନା ସହିପାରେ

1 min
156

ମୁଁ ନା କିଛି କହିପାରେ ନା ସହିପାରେ

ବାସ୍ ଚୁପଚାପ ଚାଲିଯାଏ ସେହି ରାସ୍ତା ଉପରେ

ପ୍ରତ୍ୟେକ ଦିନ ସେହି ବୃଦ୍ଧ ସେଠି ଭିକ ମାଗୁଥାଏ

ଏବଂ ଛୋଟପିଲାଟି ହୋଟେଲରେ ବାସନ ଦେଉଥାଏ।


ରାସ୍ତାଟି ବର୍ଷାଦିନେ ପୋଖରୀର ଭ୍ରମ ସୃଷ୍ଟି କରେ

ପୁଣି ଦୁର୍ଘଟଣା ଘଟେ ଏବଂ ପୁଣି ଜଣେ ମରେ

ମୁଁ ନା କିଛି କହିପାରେ ନା ସହିପାରେ

ବାସ୍ ଚୁପଚାପ ଚାଲିଯାଏ ରାସ୍ତା ଉପରେ।


ଚାରିପଟେ ରାସ୍ତାର ଆବର୍ଜନାରେ ଭରପୂର

ମଶାମାଛିଙ୍କ ଶବ୍ଦରେ ଗରିବର ରାତିପାହେ

କ'ଣ ଏହି ଦୃଶ୍ୟ ଦେଖଗବା ପାଇଁ ନେଇଥିଲି ମୁଁ ଶିକ୍ଷା

ଶକ୍ତି ଦିଅ ପ୍ରଭୁ ବଦଳାଇବା ପାଇଁ ଏ ଦୃଶ୍ୟ ଏତିକି ମୋ ଭିକ୍ଷା।


ମୁଁ ନା କିଛି କହିପାରେ ନା ସହିପାରେ

ବାସ୍ ଚୁପଚାପ ଚାଲିଯାଏ ରାସ୍ତା ଉପରେ

ପୁଣି ଏକ ନୂତନ ଆଶାର ସ୍ୱପ୍ନ ଦେଖି

ଚୁପଚାପ ଚାଲିଯାଏ ରାସ୍ତା ଉପରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍