STORYMIRROR

Shiba Charan Mahapatra

Abstract Others

3  

Shiba Charan Mahapatra

Abstract Others

ବେଳାଭୂମି

ବେଳାଭୂମି

1 min
191



ବେଳାଭୂମି ତୁମେ କଳା ମୁକସାକ୍ଷୀ 

ଅର୍ଦ୍ଧଦଗ୍ଧ ମୂଖଶାଳା 

ନିର୍ଜନ ହୃଦୟେ ତୁମ ପଦ ଚିହ୍ନ 

କରେ ନିତି ଖେଳାଲୀଳା..


ଘୁଙ୍ଗୁର ଶବଦେ ଦିବାନିଶି ଭାଙ୍ଗି

ଝାଉଁ ବଣ ନୀରବତା 

ଦରଦ ଯନ୍ତ୍ରଣା ଭାଙ୍ଗିଲା କୂଳକୁ

କହୁଥାଏ କେତେ କଥା..


ତୁମେ ଦେଖ ଯହିଁ ଅପସରୀ ନାରୀ 

ବେଳାଭୂମି ପଟ୍ଟଚିତ୍ର

ଲୁହ ଲହୁ ମିଶା ମମତା କାହାଣୀ 

ଆଙ୍କେ ତହିଁ ମୋର ନେତ୍ର.. 


କୋଳେଇ ନେଇଛି ବାଲ୍ୟ କାରିଗର 

ବୀରଭୂମି ଔଡ ସୁତ 

ଜାତି କୂଳ ପାଇଁ ସଲିଳ କବଚ

ଆଙ୍କିଛି ମାଆ ପଣତ..


ବାରଶ ବଢେଇ ଅମର ଆତମା 

ମାଗେ ଯେବେ ପ୍ରିୟ ପୁତ୍ର 

ତୁହାଇ ତୁହାଇ କାନ୍ଦେ ବେଳାଭୂମି

କୁରୁଳେ ତମସା ରାତ୍ର..


ଗୁମୁରି ଗୁମୁରି କେତେ ଯେ ଜଳିଛି

କେ' ଦେଖିଛି ତା'ର କୋହ 

ସାରା ସାଗରଟା ଆଖି ଲୁହ ପିଇ

ଝାରୁଛି ଲବଣ ମୋହ..


ମହଣ ମହଣ ତପ୍ତ ବାଲିରାଶି 

ଲେଖେ ନୂଆ ଅଭିସନ୍ଧି 

ବାଲୁକା ଛାତିରେ ଲହରୀ ଆୟୁଷ 

ପାରେକିବା ତାକୁ ବାନ୍ଧି.. 


ଦର୍ଶନେ ଦର୍ଶକ ପାଗଳ ପ୍ରେମିକ 

ରୂପ ରଙ୍ଗ ଯଉବନେ 

ଘନ ଜଳରାଶି ଉଛୁଳା ଲହରୀ 

ନିଆଁ ଜାଳେ ପ୍ରତି ମନେ..


ଫେରାଇ ଦିଅ ହେ' ନୀଳ ଢେଉମାଳ

ବେଳାଭୂମି ଚିର ଖୁସି 

ସେନେହମୟୀ ମା' ମମତା ପରଷେ 

ହସୁଥାଉ ବାରମାସି..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract