Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH MUDULI

Romance

4  

RAKESH MUDULI

Romance

ଏ କି ସଂଯୋଗ

ଏ କି ସଂଯୋଗ

1 min
219


ଏ କି ସଂଯୋଗ ବିଧାତାର

ତୁମ ସାଥେ ହେଲା ଦେଖା,

ଅଭିନ୍ନ ହୃଦୟ ଯୋଡିବା ଆଗରୁ

ଜୀଉଁ ଥିଲି ନୀତି ଏକା ।

ସୁନ୍ଦର ସୁଗନ୍ଧିତ ବନେ

ଇତସ୍ତତଃ ଭ୍ରମୁଥିଲି,

ଶୋଷିଲା ଭ୍ରମର ମଧୁ ସନ୍ଧାନରେ

ତୁମ ପାଶେ ଆସିଥିଲି ।

ଏତେ ସୁକୁମାରୀ କୁସୁମ

ତୁମେ ଲାଜେ ଥିଲ ଝାଉଁଳି,

ଚାଁହୁ ଚାଁହୁ ମୋର ଏକେଲା ପଣଟା 

ନିମିଷେ ଗଲା ବଦଳି ।

ସହସ୍ର ସୁମନ ଗହଣେ

ସ୍ଵର୍ଣ୍ଣଚମ୍ପା ତୁମେ ମୋର,

ଯେଉଁଠି ମୋ ସୀମା ଅନ୍ତ ହୋଇଅଛି

ତୁମେ ସେଇ ପ୍ରେମ ଘର ।

ଏ କି ସଂଯୋଗ ବିଧାତାର 

ତୁମ ସାଥେ ହେଲା ଦେଖା,

ଭାଗ୍ୟବାନ ମୁଁ ଯେ ପ୍ରେମିକ ତୁମର

ତୁମେ ମୋ ଫୁଲେଇ ପ୍ରେମିକା ।


Rate this content
Log in

Similar oriya poem from Romance