''ବାପା: ଏକ ଅମୃତ ଅଧ୍ୟାୟ''
''ବାପା: ଏକ ଅମୃତ ଅଧ୍ୟାୟ''
ପିତା ସ୍ୱର୍ଗ ପିତା ଧର୍ମ
ପିତା ହିଁ ପରମ ତପ,
ପିତା ପ୍ରତି ରହିଲେ ଶ୍ରଦ୍ଧା
ସନ୍ତୁଷ୍ଟ ହୋଇଥାନ୍ତି ସର୍ବ ଦେବ ।
ଶବ୍ଦରେ ସୀମିତ ନୁହେଁ
ନିଃଶବ୍ଦରେ ଅସୀମିତ,
ସେ ଭାବର ଭୂମଧ୍ଯ ସାଗର
ଭବନାର ପାରିଜାତ ।
ପିତାଙ୍କ ଶବ୍ଦରେ ଥାଏ
ଅହେତୁକ ମହାନତା,
ଅତୁଳନୀୟ ହୋଇଥାଏ ଯେ
ତାଙ୍କର ଶ୍ରେଷ୍ଠତା ।
ତୁମେ ମୋ ଆକାଶ
ତୁମେ ମୋ ଭୂ-ଲୋକ,
ମାଆ ମୋ ଜନ୍ମଦାତ୍ରୀ
ତୁମେ ମୋ ପରିଚୟର ସନ୍ତକ ।
ଯେତେବେଳେ ଯାହା ମାଗିଛି ତୁମକୁ
ସବୁ ତ ଦେଇଛ ମୋତେ,
କଳ୍ପ ବୃକ୍ଷ ସମ ମୋ ମନସ୍କାମନା
ପୂରଣ କରିଛ ସତେ ।
ପେଟକୁ ଆହାର ଦେଇଛ ଯୋଗାଇ ତୁମେ
ଆହେ ମୋର ଅନ୍ନଦାତା,
ତା'ସାଥିରେ ପୁଣି ବଂଚିବା କୌଶଳ
ଶିଖାଇଛ ଧନ୍ୟ ତୁମେ ପିତା ।
ପିତା ତୁମେ ମୋ ଆନନ୍ଦ ଆସର
ତୁମେ ମୋ ଅନୁଶାସନ,
ଜୀବନ ପଥରେ ଆଗେଇଯିବାକୁ
ଦେଇଥାଅ ନୀତି ପ୍ରବଚନ ।
ଜୀବନର ବାଟ ଚାଲିବା ପାଇଁକି
ସଦା ଦେଖାଇଛ ରାହା,
ବିପଦେ ଆପଦେ ସାଜି ମୋ ରକ୍ଷକ
ଆସି ହୋଇଅଛ ଠିଆ ।
ତୁମେ ଅଟ ମୋର ଅସଲି ନାୟକ
ମୋ ଜୀବନ ନାଟକରେ,
ସର୍ବ ଗୁଣ ତୁମେ ଭବ୍ୟ ପରିପୂର୍ଣ୍ଣ
ପିତା ରୂପି ଚରିତ୍ରରେ ।
ପ୍ରାଣ ବାୟୁ ତୁମେ ମୋ ହୃଦୟର
ଶିରା ପ୍ରଶିରା ରକ୍ତ,
ଦୟାଳୁ ଠାକୁର ଆହେ ପିତେସ୍ଵର
ତୁମରି ମୁଁ ସେବାୟତ ।
ତୁମ ପାଦ ସେବା କରୁଥାଉ ହାତ
ଖୁସିର ଅଶ୍ରୁ ଝରାଇ,
ସବୁ ଜନମରେ ଲଭୁଥିବି ଜନ୍ମ
ତୁମରି ମୁଁ ପୁତ୍ର ହୋଇ ।
ଜୀବନର ମୋର ସବୁ ହସଖୁସି
ତୁମ ହିତେ ଲାଗି ଯାଉ,
ତୁମ ସହ ପିତା ମୋର ଏ ସୌଭାଗ୍ୟ ମିଳନ
ସତ ଜନମକୁ ଲାଗିଥାଉ ।
ସାରା ବିଶ୍ୱ ପାଳୁଥାଏ
ତାଙ୍କ ପାଇଁ ଗୋଟେ ଦିବସ,
ମୋ ସଂସ୍କୃତି ବନ୍ଧା ପିତା ସହ
ପ୍ରତିଦିନ ମାସ ବର୍ଷ ।
