ହେ ଫୁଲ
ହେ ଫୁଲ
ହେ ଫୁଲ ତୁମେ କେତେ ସୁନ୍ଦର
ମହକାଇ ଦିଅ ପୃଥିବୀ,
ପ୍ରକୃତି ରାଣୀର ସୁନ୍ଦରୀ ଗୋ
କେମିତି ନିଜର କରିବି।।
ନାଲି ନୀଳ ଆଉ ହଳଦୀ ଯେ
କେତେଯେ ରଙ୍ଗରେ ଅଙ୍କିତ,
ବାସନା ତୁମର ଖେଲିଯାଏ
କରି ସଭିଙ୍କୁ ବିମୋହିତ ।।
ଅପୂର୍ବ ତୁମର କୋମଳତା
କର ଯେ ମନ ଆକର୍ଷଣ,
ପାଖୁଡ଼ାରେ କୁହୁଡ଼ିର ବିନ୍ଦୁ
ଆନନ୍ଦ ପାଏ ମନ ପ୍ରାଣ।।
କେତେ ନାମରେ ନାମିତ ତୁମେ
କବିର ଲିଖନ ମୁନରେ,
ତୁମ ଗାଥା ଯେ ଅବର୍ଣ୍ଣନୀୟ
ରହିଥାଏ ଯେ କବିତାରେ ।।