STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

ହେ ଫୁଲ

ହେ ଫୁଲ

1 min
353

ହେ ଫୁଲ ତୁମେ କେତେ ସୁନ୍ଦର

   ମହକାଇ ଦିଅ ପୃଥିବୀ,

ପ୍ରକୃତି ରାଣୀର ସୁନ୍ଦରୀ ଗୋ

   କେମିତି ନିଜର କରିବି।।

ନାଲି ନୀଳ ଆଉ ହଳଦୀ ଯେ

 କେତେଯେ ରଙ୍ଗରେ ଅଙ୍କିତ,

ବାସନା ତୁମର ଖେଲିଯାଏ

   କରି ସଭିଙ୍କୁ ବିମୋହିତ ।।

ଅପୂର୍ବ ତୁମର କୋମଳତା

  କର ଯେ ମନ ଆକର୍ଷଣ,

ପାଖୁଡ଼ାରେ କୁହୁଡ଼ିର ବିନ୍ଦୁ

   ଆନନ୍ଦ ପାଏ ମନ ପ୍ରାଣ।।

କେତେ ନାମରେ ନାମିତ ତୁମେ

   କବିର ଲିଖନ ମୁନରେ,

ତୁମ ଗାଥା ଯେ ଅବର୍ଣ୍ଣନୀୟ

   ରହିଥାଏ ଯେ କବିତାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational