Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଭଉଣୀ ରାକ୍ଷୀ ସ୍ନେହର ସାକ୍ଷୀ

ଭଉଣୀ ରାକ୍ଷୀ ସ୍ନେହର ସାକ୍ଷୀ

1 min
365



ଧାରା ଶ୍ରାବଣ ମାସର ଶେଷ

ଦିନ ଆସିଲା ରାକ୍ଷୀ 

ପୁନେଇଁ ଆଜି ସବୁ ବରଷ

ଆସଇ ହୁଏ ସାକ୍ଷୀ ।


ଭଉଣୀ ମୋର ଏଇ ଦିନକୁ

ଅପେକ୍ଷାରତ ଥାଏ 

ସମୟ ଦେଖି ହାତରେ ମୋର

ରାକ୍ଷୀଟି ବାନ୍ଧିଦିଏ ।


ଭଉଣୀ ରାକ୍ଷୀ ସ୍ନେହର ସାକ୍ଷୀ

ହାତରେ ବନ୍ଧା ମୋର 

ଏଇ ରାକ୍ଷୀଟି ରକ୍ଷା କବଚ

ଦିଶେ କେଡେ ସୁନ୍ଦର ।


ମୁଣ୍ଡରେ ମୋର ଚନ୍ଦନ ସହ

ସିନ୍ଦୂର ଟିକେ ଦେଇ 

ଦୁବ ଅକ୍ଷତ ଫୁଲ ଟିକିଏ

ଦିଏ ତହିଁ ଲଗାଇ  ।


ଖୁଆଇ ମିଠା ଦୀପଟି ଧରି

ବନ୍ଦାଇ ମୋତେ ଦିଏ 

ମନରେ ତାର କେଡେ ସରାଗ

ଦେଖି ମୁଁ ଖୁସି ହୁଏ ।


ମନରେ ତାର ମନାସୁଥାଏ

ମଙ୍ଗଳ କଥା ମୋର 

ଠାକୁରଙ୍କୁ ସେ ଜଣାଉଥାଏ

ଶୁଭ କାମନା ତାର ।


କଣ୍ଟା ନପଡୁ ଭାଇ ବାଟରେ

ସୁରକ୍ଷା ହେଉ ବୋଲି 

ମନରେ ଭାଳେ ପ୍ରତିବଦଳେ

ପ୍ରତିଶୃତି ମୁଁ ଦେଲି ।


ସୁରକ୍ଷା ଭାର ନେଲି ମୁଁ ତାର

ସାରା ଜୀବନ ପାଇଁ

ରାକ୍ଷୀଟି ସାକ୍ଷୀ ରହିଛି ତାର

ସନ୍ଦେହ ଏଥି ନାହିଁ ।


ସ୍ନେହ ବନ୍ଧନ ଏଇ ରାକ୍ଷୀର

ମୂଲ ବା ଦେବ କିଏ 

କାଳ କାଳକୁ ରହିଛି କଥା

ସ୍ନେହ ବନ୍ଧନ ଇଏ  ।


Rate this content
Log in

Similar oriya poem from Inspirational