Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଖେଳ

ଖେଳ

1 min
213


ନଥିଲେ ନାହିଁ ଗୋଟିଏ ଗୋଡ  

ଦି ହାତଯାକ ମୋର

ଖେଳିବା ଲାଗି ଫୁଟବଲ୍ ମୁଁ

ହୋଇଛି ଆଗୁସାର ।


ଗୋଟେ ଗୋଡରେ ଡେଇଁ ଡେଇଁ ମୁଁ 

ଖେଳିବି ଫୁଟବଲ

ଖେଳ ଖେଳିବି ଖୁସି ହୋଇବି 

ଦେହକୁ ହେବ ଭଲ ।


ମନରେ ଅଛି ଅସୀମ ବଳ 

ଆନ ପିଲାଙ୍କ ପରି

ପଢିବି ପାଠ ଖେଳିବି ଖେଳ

ଯିବିନି କେବେ ହାରି ।


ଖେଳିବି ଯେବେ ଉଦାହରଣ 

ହେବି ମୁଁ ଆନ ପାଇଁ

ଦିବ୍ଯାଙ୍ଗ ବୋଲି ମନରେ କେବେ 

ଭାବିବି କାହିଁପାଇଁ ।


ପ୍ରଭୁଙ୍କ ଦାନ ଶରୀର ମୋର 

ଯାହା ପାଇଛି ମୁହିଁ

ସେଥିରେ ଖୁସି ନିଜେ ହୋଇବି 

ଆନକୁ ଖୁସି ଦେଇ ।


ଏ ମୋର ପଣ ଶୁଣ ସରବେ 

ମୋର ଭଉଣୀ ଭାଇ

କାହାକୁ ହୀନ ନଭାବ ମନେ 

ଦୁର୍ଦ୍ଦଶା ତାର ଚାହିଁ ।


ଆତ୍ମବିଶ୍ୱାସଟି ବଡ ବଳ 

କଲେ ତାକୁ ନିଜର

ଅସାଧ୍ୟ ନିଶ୍ଚେ ସାଧନ ହେବ 

ଏଇ ବାରତା ମୋର ।


Rate this content
Log in

Similar oriya poem from Inspirational