Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଭାଇର ହାତରେ ଭଉଣୀ ରାକ୍ଷୀ

ଭାଇର ହାତରେ ଭଉଣୀ ରାକ୍ଷୀ

1 min
275



ଆଜି ପରା ବଳଭଦ୍ରଙ୍କ ଜନମ

ଶ୍ରାବଣ ପୂର୍ଣ୍ଣିମା ବେଳା

ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ସମୟ

ଆସି ଉପଗତ ହେଲା ।


ଭଉଣୀର ରାକ୍ଷୀ ଭାଇର ହାତରେ

ଆଜି ତ ପାଇବ ଶୋଭା 

ଭାଇ ଭଉଣୀଙ୍କ ସ୍ନେହ ମମତାର

ପଟାନ୍ତର ଅଛି କିବା ।


ଆଜିର ଦିନରେ ସୁଭଦ୍ରା ଭଉଣୀ

ଦୁଇ ଭାଇଙ୍କ ହାତରେ 

ବାନ୍ଧିଥିଲେ ରାକ୍ଷୀ ଏବେ ବି ବାନ୍ଧନ୍ତି

ପ୍ରତି ବରଷ ନିଷ୍ଠାରେ  ।


ପାତାଳ ପୁରରେ ମହାଲକ୍ଷ୍ମୀ ପରା

ବଳିଙ୍କି ବାନ୍ଧିଲେ ରାକ୍ଷୀ 

ରେଶମ ଡୋରିର କରାମତି ଦେଖ

ରାକ୍ଷୀଟିି ରହିଛି ସାକ୍ଷୀ  ।


ମାନ ଅଭିମାନ ରାଗ ଦ୍ୱେଷ ଆଜି

ଭଉଣୀ ପାଖରେ ନାହିଁ  

ଭାଇର ହାତରେ ରାକ୍ଷୀଟି ବାନ୍ଧିବ

ସବୁ କଥା ଭୁଲିଯାଇ  ।


ଭାଇ ଭଉଣୀଙ୍କ ସୁରକ୍ଷା ହୋଇବ

ଉଭୟେ ଉଭୟଙ୍କର 

ହୋଇବେ ପୋଷକ ସୁନେଲୀ ରାକ୍ଷୀଟିି

ଦିଶିବ କେଡେ ସୁନ୍ଦର ।


ରାକ୍ଷୀଟିିଏ ଆଣି ବାନ୍ଧିଲା ଭଉଣୀ

ଭାଇର ହାତରେ ନେଇ 

ଭାଇର ହାତରେ ଜକ ଜକ ହୋଇ

ରାକ୍ଷୀଟି ଏବେ ଦିଶଇ ।


ଭାଇର ହାତରେ ଭଉଣୀର ରାକ୍ଷୀ

ଦିଶୁଛି କେଡେ ସୁନ୍ଦର 

ସ୍ନେହ ମମତାର ଅଲିଭା ସାକ୍ଷୀ ଏ

ନୁହଇ ରେଶମ ଡୋର ।


କେଡେ ମହୀୟାନ ସଂସ୍କୃତି ଆମର

ଧନ୍ୟ ଏ ରକ୍ଷାବନ୍ଧନ 

ପରବ ପାଳିବା ଭାଇ ଭଉଣୀଙ୍କ

ଅତୁଟ ସ୍ନେହ ବନ୍ଧନ  ।


Rate this content
Log in

Similar oriya poem from Inspirational