STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ସୁଆଦିଆ ଖଜୁରୀ କୋଳି

ସୁଆଦିଆ ଖଜୁରୀ କୋଳି

1 min
7


ଖଜୁରୀ ଗଛ ଖଜୁରୀ ଗଛ l

   ମୂଳରୁ ଅଟେ ପାହାଚ ପାହାଚ ll

ଖଜୁରୀ ଗଛରେ ପାଚିଛି କୋଳି l

  ପେନ୍ଥିପେନ୍ଥି ରହି ଖେଳୁଛି ଦୋଳି ll

ଭାରି ସୁଆଦିଆ ମଞ୍ଜି ମାଞ୍ଜିଆ l

   ଖଜୁରୀ ପତର ଭାରି ଗୋଜିଆ ll

ଆରବ୍ୟ ରଜନୀ ଗଳ୍ପ ହଜାର l

   ଆରବରେ ତାର ଭାରି ଆଦର ll

ମରୁଫଳ ବୋଲି ବିଶ୍ୱେ ପ୍ରସିଦ୍ଧ l

   ଆରବରେ ତିଆରି ହୁଏ ମଦ୍ୟ ll

ମରୁ ଜନ୍ମ ମହମ୍ମଦ ପ୍ରଫେଟ l

  ଇଂରାଜୀରେ ଏହା ନାମ ଡେଏଟ ll

ମରୁଭୂମି ମରୁ ବାଲି କାନ୍ତାର l

    କାହିଁ ଦେଖାଯାଏ ମରୁ ନିର୍ଝର ll

ମୃଗତୃଷ୍ଣା ମରୁଭୂମିରେ ଥାଏ l

     ପାନ୍ଥ ପଥିକର ଭ୍ରମ ଜନ୍ମାଏ ll

ସେଇଠି ଘର ଅଟେ ଖଜୁରୀର l

   ଆମ ଶାସ୍ତ୍ରେ ଏହା ନାମ ଖର୍ଜୁର ll

ମରୁଭୂମି ବୁଲି ଯିବି ମୁଁ ଆଜ l

    ଓଟ ଅଟେ ମରୁଭୂମି ଜାହାଜ ll

ଖଜୁରୀ ରସରେ ବହୁତ ନିଶା l

   ଭୀମ ମାଡ଼ିବସି ମାରୁଛି ଦୁଃଶା ll

ଔଷଧୀୟ ଅଟେ ଖଜୁରୀ ଗୁଡ଼ l

     ପ୍ରସିଦ୍ଧ ଆମ ଗୁଡ଼ ନୟାଗଡ଼ ll

ବସନ୍ତେ ଖଜୁରୀ ଫୁଲ ଫୁଟଇ l

   ବଇଶାଖ ଜ୍ୟେଷ୍ଠ ଫଳ ପାଚଇ ll

ଆରବରୁ ଆସଇ ସବୁ ବେଳେ l

 ଦେଶୀଫଳ ଫଳେ ଗ୍ରୀଷମ କାଳେ ll

ବରଷକେ ଥରେ ଆସଇ ଭାଇ l

     ଖଜୁରୀ ଖାଇବ ଭୁଲିବ ନାହିଁ ll

ଆଗେ ସାବିତିରି ଓଷା ଆସୁଛି l

   ଧର୍ମରାଜେ ଦେବ ଖଜୁରୀ ବାଛି ll

ଧୀରେ ଫୁଟିଗଲା ଫୁଲ କେତକୀ l

   ଆଜି ମୋ ରହିଲା କଥା ଏତିକି ll

    


Rate this content
Log in

Similar oriya poem from Inspirational