ଭଣେ ଭୀମଭୋଈ
ଭଣେ ଭୀମଭୋଈ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଅନ୍ଧ କରି କନ୍ଧ କୁଳେ ଜନ୍ମଦେଲୁ
ନାମ ଦେଲୁ ଭୀମଭୋଇ l
ଅଧମ ଅଜ୍ଞାନ ନାହିଁ ମୋର ଜ୍ଞାନ
ବନେ ଚରାଇଲି ଗାଈ ll
ବନ୍ୟ ଫଳ ମୂଳ ଝରଣାର ଜଳ
ଆହାର କରିଲି ନିତ୍ୟେ l
ମୋ ପାଇଁ ସଂସାର ଖାଲି ଅନ୍ଧକାର
ବିଭୁ ନାମ ଗାଏ ଗୀତେ ll
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖି କି ସହିବି ଆଉ l
ଜଗତ ଉଦ୍ଧାର ଆହେ ପରାତ୍ପର
ମୋ ଜୀବନ ନର୍କେ ଥାଉ ll
ଜନମୁ ମୁରୁଖ ନାହିଁ ମୋର ଦୁଃଖ
ଗୁରୁ ମୋ ନାହାଁନ୍ତି କେହି l
ଶୂନ୍ୟ ନିରଞ୍ଜନ ବ୍ରହ୍ଣ ସନାତନ
ଗୁରୁ ମହିମା ଗୋସାଇଁ ll
ଚିହ୍ନି ନାହିଁ ମୁହିଁ ଆତ୍ମୀୟ ସୋଦର
କିଏ ମୋର ପିତା ମାତା l
ଏକା ଗୁରୁ ମୋର ମହିମା ସାଗର
ବିଶ୍ଵ ସଂସାର ନିର୍ମାତା ll
ଆସ ଆସ ଗୁରୁ ନିଶବ୍ଦ ମନ୍ଦିରୁ
ହାତ ଧର ମୋ ଗୋସାଇଁ l
ଭଣେ ଭୀମଭୋଇ କାନ୍ଦକାନ୍ଦ ହୋଇ
ଅପରାଧୀ ମନ୍ଦ ମୁହିଁ ll