STORYMIRROR

Satyabati Swain

Inspirational

4  

Satyabati Swain

Inspirational

ମୁଖା ଖୋଲ

ମୁଖା ଖୋଲ

1 min
13


ହେ ବୋକା

ତୁମେ ଜାଣିନ

ଏମିତି ଛୁଆର ମାଆ ହୋଇ

ଛାତି ଫାଟି କ୍ଷୀର

ବୁହାଇବା ବାହାନା ଆଳରେ

ମୁଁ କଣ କରୁଛି

ମିଛ ମଣିଷମାନଙ୍କୁ

କୌଶଳେ ଠକୁଛି।


ଯାହା ଲେଖୁଛି କଲମ

ସେଥିରେ ହୃଦୟ ଅଛି

ମାତ୍ର ପ୍ରକୃତ ପକ୍ଷେ

ମୁଁ ନିର୍ଦ୍ଦୟ ପାହାଡ଼

ବାସ୍ତବତା ଖୁବ୍ କଠୋର

ମୁଁ ନିଜେ ଛୁଆର ମାଆ

ହୋଇ ପାରୁନି

ଆଉ ସେ ରେଳଷ୍ଟେସନ

ଛୁଆର ମା !

ହା ହା 

କେବଳ ମିଛ

ନେବାକୁ ଟିକିଏ ନାଁ।


ତୁମେ ପଢିଲ ଲେଖା

ଛୁଇଁଲ ମୋ ଛାତି

ମୋ ମମତାମୟୀ ଆଂଚଳ

ଫିଟି ପଡୁଛି

ସକାଳ ଖରା ପରି

ପରସ୍ତ ପରସ୍ତ ପିଆଜ ମୁଁ

ନିଜକୁ ଵିଜ୍ଞାପିତ କରୁଛି

ତୁମ ହୃଦେ

ଛୋଟ ଜାଗାଟେ ପାଇଁ।


ହୁସିଆର!

ଏଠି ଛଞ୍ଚାଣ ଆଖି

ଛୁଞ୍ଚି ମାଛି ପରୀକ୍ଷା ହେଉଛି

ଚାହିଁଲେ ବି

ଠକି ପାରିବନି

କରୋନା ପରି

ସବୁ ମଥା ପରୀକ୍ଷା ହେଉଛି।


ସୁଧୁରି ଯା

ମିଛ ନୁହେଁ

ସତରେ ଟିକେ ସେ ଛୁଆର

ମୁହଁ ଆଉଁସି ଦେ

ତା ବଂଚିବା

ରାସ୍ତା ଖୋଲ

ଏ ଫୋଟୋ

କବିତା

ଆହା ଚୁ ଚୁ ମାର୍ ଗୋଲି

ମୁଖା ଖୋଲ

ବଞ୍ଚିବାକୁ ଦେ ତାକୁ

ତା ଭାଗ୍ୟ ସହ ଲଢ଼ି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational