STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଅକଳନ ଆନନ୍ଦ

ଅକଳନ ଆନନ୍ଦ

1 min
7


ସେଦିନ

ସେଥିଲା

ଆଉ ମୁଁ ବି

ଯେବେ ସ୍ବପ୍ନ ସୁନା ହରିଣ ପରି

ଦୌଡୁଥିଲେ

ଅଗନା ଅଗନି ବନସ୍ତ ମଧ୍ୟେ

ଆମେ ଗୋଡାଉଥିଲୁ ପଛେ ପଛେ

ସମ୍ଭାବନା,ସମୟ,ଶ୍ରମ ସହ

କିଛି ହେବା ପାଇଁ

ରେଭେନ୍ସା ମହାବିଦ୍ୟାଳୟରେ।


ସେ କହିଲା ଏଡିଟର ମହାଶୟ

ମୋ ମନକୁ ଫାଡ଼ିଦେଲେ

ପାମ୍ପଡ଼ ପରି ମଡ଼୍ ମଡ୍

ଏମିତି କହି

ହସି ହସାଉଥିବା

ମୋ ହୃଦ କାଁଥେ

ସବୁଦିନ ଛାପି

ରହିଥିବା

ଜଣେ ପ୍ରିୟ ମୁହଁ ।


ହଠାତ୍ ଦିନେ

ବିନା ସୂଚନାରେ

ମୋ ଘର କବାଟ ଠକ୍ ଠକ୍ କଲା ସେ

ମୁଁ ଅଭିମାନରେ ଶୋଇଥିଲି

ସେ ଜଗାଇ ଦେଲା

କହିଲା ତୋ ସ୍ମାର୍ଟନେସ୍ କାଇଁ!

ତୁ କଣ ଲେଖା ଛାଡି ଦେଲୁ!

ମୁଁ ଫଁ କରି ଉଠିଲି

ପୁଣି କଲମ

ସକ୍ରିୟ ହେଲା

ଯାହା ପାଇଁ ଏବେ ଅଭିନନ୍ଦନ ଓ ଖୁସି

ପାହଡ଼ ତଳେ ଫଳାଉଛି

ଗପର ଫସଲ।


ସାଙ୍ଗ

ସୁମନାସ

ମୁଠେ ଭଲ ପାଇବା 

ସୁସ୍ଥ ରହ

ଖୁସିରେ ଥା

ଅକଳନ ଆନନ୍ଦ

ତୋର ହେଉ ପୁଞ୍ଜି

ଜୀବନ ତମାମ।


Rate this content
Log in

Similar oriya poem from Inspirational