Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH MUDULI

Romance

3  

RAKESH MUDULI

Romance

ଭାବନାରେ ତା'ର

ଭାବନାରେ ତା'ର

1 min
122


ଭାବନାରେ ତାର ମୋ ଦିନ ଆରମ୍ଭ

ତା ସ୍ୱପ୍ନରେ ଶେଷ 

ପ୍ରତିକ୍ଷଣ ଚାହେଁ ଦେଖିବାକୁ ପ୍ରାଣ

ତା' ଓଠରେ ଟିକେ ହସ ।


ଅଭିମାନ ଭରା ତା' ମିଛ ରାଗରେ

ଥାଏ ଅଗଭୀର ପ୍ରେମ 

ଫୁଲେଇ ହୋଇ ସେ ଖୋଜେ ଖୋସାମତ

ଛାଡି ଦେଇ ସବୁ କାମ ।


ରାଗି ଗଲେ ଥରେ ମୁଁହ ସେ ଫୁଲାଏ

କଥା ହୁଏ ନାହିଁ ଆଗ 

କ୍ଷମା କରେ ନାହିଁ ବିକଳ ହେଇ କି

ଯେତେ ତମେ ଭୁଲ ମାଗ ।


କେଉଁ ଧାତୁରେ ଗଢ଼ା ସେ ହେଇଚି

ପାରୁନି ଏ ଯାଏଁ ବୁଝି 

ସେଥି ପାଇଁ ବୋଧେ ଭଲ ଏତେ ପାଏ

ତା' ଭାବନାରେ ହଜି ।


ତା' ସହ ଥରେ କଥା ନ ହେଲେ

ଦିନ ମୋର ସରେ ନାହିଁ 

ସବୁ ଜାଣି ସେ ଯେ ଅବୁଝା ହୁଏ

ଟାଣି ପ୍ରେମର ସାରଣୀ ।



Rate this content
Log in

Similar oriya poem from Romance