ନାରୀ
ନାରୀ
ନାରୀ ସର୍ବପ୍ରଥମେ ଜଣେ ମାଆ
ସେ ଶବ୍ଦରେ ଥାଏ ଜୀବନର ପରିପୂର୍ଣ୍ଣତା ।
ଦୁନିଆରେ ମା' ଶବ୍ଦର ବିକଳ୍ପ ନାହିଁ
ମା' ବିନା ଦୁନିଆର ସୌନ୍ଦର୍ଯ୍ୟ ବି ନାହିଁ ।
କେବେ ସେ ଝିଅ କେବେ ସେ ଭଗିନୀ
କେବେ ପୁଣି ଜାୟା କେବେ ସେ ଜନନୀ ।
କେବେ ସେ ବାନ୍ଧବୀ କେବେ ଅବାନ୍ଧବି
କେବେ ପ୍ରେମପତ୍ରର ପ୍ରେମିକା ପୁଣି
ଆଉ କେବେ ସେ ସାଜେ ଧର୍ମପତ୍ନୀ ।
ଜଣା ହେଉ କି ଅଜଣା ହେଉ
ପ୍ରଥମ ରୂପରୁ ଆମେ ତାକୁ ମାଆ ବୋଲି ଜାଣିଥାଉ ।
ତ୍ୟାଗ ଓ ବଳିଦାନର ଜୀବନ୍ତ ପ୍ରତିମୂର୍ତ୍ତିଟିଏ
ଯାହାର ହସ ଖୁସି ଜୀବନ ଅଭିଧାନରେ ନ ଥାଏ ।
ପିଲାଙ୍କ ଖୁସିରେ ହୁଏ ସେ ଖୁସି
ନିଜ ସନ୍ତାନ ସନ୍ତତିଙ୍କ ପାଇଁ ବଞ୍ଚେ ହସି ହସି ।
ପିଲାମାନେ ଦୁଃଖୀ ତ ସେ ବି ଦୁଃଖୀ
ତାଙ୍କ ଦୁଃଖୀରେ ଲୁହ ଝରାଇ ଥାଏ ତା କୋମଳ ଦୁଇ ଆଖି ।
ପିଲାମାନଙ୍କ ମନରେ ଖେଳେଇ ଦିଏ ଖୁସିର ଲହରୀ
ସେ ମାଆ ହେଉଛି ବି ଜଣେ ନାରୀ ।
ମାଆର ସମ୍ପୁର୍ଣ୍ଣ ଜୀବନ ପିଲାଙ୍କ ପାଇଁ କରେ ନିହିତ
ନିଜ ପିଲା ହେଉ ପର ପିଲା ସମସ୍ତଙ୍କ
ପାଇଁ କରେ ସେ ଚିନ୍ତା ହିତ ।
ମନରେ ନ ରଖି କୌଣସି ଭେଦଭାବ
କ୍ଷ୍ୟଣେ ଦୂର କରେ ସଭିଁଙ୍କ ଦୁଃଖ, କଷ୍ଟ ଓ ଅଭାବ ।
ଜାଣେ ସେ କେବଳ ସେବା, ତ୍ୟାଗ ଓ ବଳିଦାନ
ମିଠା ମିଠା ଉପଦେଶ ଦେଇ ମୋହି ନିଏ ସଭିଁଙ୍କ ମନ ।
ଏତେ ସବୁ କାମ ମାଆଟିଏ କରେ
ହେଲେ ମଣିଷ ସମାଜ ଗର୍ଭେ ଝିଅ
ଥିବା ଜାଣି ଜନ୍ମ ପୂର୍ବରୁ ତାକୁ ହତ୍ୟା କରେ ।
ବଳାତ୍କାର ପରି ଦୁସ୍କର୍ମର ଶିକାର ହୁଏ ସେ ଯୌବନେ
ପ୍ରତି କ୍ଷ୍ୟଣେ ନାରୀର ହତ୍ୟା କରନ୍ତି କାହିଁକି ଆମେ ?
ନାରୀର ଅସ୍ତିତ୍ୱ ସହ ଖେଳିବା ନାହିଁ
ରାକ୍ଷୀର ମାନ ରଖିବା ଭାଇ ।
ଜପୁଥାଏ ସବୁବେଳେ ଇଶ୍ଵର, ଆଲ୍ଲା ଓ ଖୁଦା
ମୁଣ୍ଡ ଝାଳ ତୁଣ୍ଡେ ମାରି କରେ ତା ପଣତ ଓଦା ।