STORYMIRROR

DR PRASANTA KUMAR BISWAL

Romance Inspirational

4  

DR PRASANTA KUMAR BISWAL

Romance Inspirational

ଅବଳା ତାକୁ କୁହନା

ଅବଳା ତାକୁ କୁହନା

1 min
398


କାହାକୁ କହୁଚ ଅବଳା ତୁମେ ହେ

ସୃଷ୍ଟିର ଯିଏ ଆଧାର,

ତାବିନା ତୁମର ସ୍ଥିତି ତ ବେକାର

ଶକ୍ତି ତୁମର ଅସାର।।

ଶକ୍ତିବିନା ଶିବ ନୁହଁଇ ସମ୍ଭବ

ଶିବା ଶକ୍ତିର ସ୍ବରୂପ, 

ନାରୀବିନା ନର ଅଶିବ ସଂସାର

ବିଭୁ ସର୍ଜନା କୁରୂପ।।

ମହାଭାରତରୁ ରାମାୟଣ ଯାଏ

ତାହାରି ଲାଗି ରଚନା,

ସବୁ ଦୁର୍ଗତିର ନାଶିନୀ ସିଏ ଯେ

ଅବଳା ତାକୁ କୁହନା।।

ଯାହାର ଆଖିର କଟାକ୍ଷ ମାତ୍ରକେ

ଦେବ ଦାନବ ବଶ,

ତୁ ଛାର ମାନବ ନବୁଝି ତାଭାବ

ହେୟ କଲେ ହେବୁ ଶେଷ।। 

ପୀରତିରେ ସିଏ ପାଗଳ କରାଏ

ମନ୍ତ୍ରୀ ପରି ପାଶେ ଥାଏ,

ସାରଥୀ ପରି ସେ ରାସ୍ତା ତ ଦେଖାଏ

ସେବାପଣେ ଦାସୀଟିଏ।। 

ଲୁହାପରି ତୁମେ ଯେତେ ଟାଣ ହୁଅ

ସେପରା ଚୁମ୍ବକଟିଏ, 

ଚତୁରୀ ଗୁଣରେ ଚୁମ୍ବକପଣରେ

ପାଖକୁ ଆକର୍ଷି ନିଏ।।

ସଂସାର ରଥର ସାରଥୀ ସିଏ ତ

ରଥୀ ତୁମେ ପରା ଏକା,

ତା ଇସାରା ବିନା ସଂସାର ଚାଲେନା

ଘରେ ପଡିଯିବ ଡକା।।

ତୁମେ ହୋଇଥାଅ ବୋକା।।

ଅବଳା କହିକି ଦୟା କରନାହିଁ

ତମେ ତା ଦୟାର ପାତ୍ର,

ତାର ଇଚ୍ଛାବିନା ସଂସାର ଗଛରେ

ହଲେନାହିଁ ଡାଳପତ୍ର।।

ଅବଳା ନୁହଁସେ ଅଟେ ଶକ୍ତିଶାଳୀ

ଆମେ ଦୁର୍ବଳ ତାପାଖେ ,

ସଂହାର କରିଛି ମୋହିନୀ ରୂପରେ

ସଦା ବିପଦୁ ରଖେ।।

ତା ମନ ଜିଣିଲେ ସୁଖତ ମିଳଇ

ଘର ହୁଅଇ ମନ୍ଦିର ,

ନାରୀକୁ ପୂଜିଲେ ଦେବତା ରମଇ

ସକଳ ପୂଜାର ସାର।।

ନୁହଁଇ ସେ ଭୋଗ୍ଯା ପୂଜାସ୍ପଦ ଯୋଗ୍ଯା

ସେବ ତାକୁ ହୃଦୟରେ,

ତାହାରି ସମ୍ମାନେ ଜଗତ ଜୀବନ

ସୁଖମିଳେ (ମୁକ୍ତିମିଳେ) ସହଜରେ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance