STORYMIRROR

DR PRASANTA KUMAR BISWAL

Action Classics Children

4  

DR PRASANTA KUMAR BISWAL

Action Classics Children

ମଉଡ ମଣି

ମଉଡ ମଣି

1 min
13

ମଉଡ ମଣି -- ========
ଆଜିର ବଜାର ବଡ଼ ମହରଗ
 ଆଳୁ ବାଇଗଣ ପୋଟଳ ପୋଇ
 ଗରୀବ ଲୋକର ମଥାରେ ଚଡ଼କ
 ଆମ ପ୍ରିୟ ନେତା ଗଲେଣି ଶୋଇ।
ଚାଉଳରେ ଗୋଡ଼ି, ତେଲରେ ଅଗରା
 ଚଷୁ ହୁଏ ଆଜି ଅଟାରେ ମିଶା
 ଛକେ ଛକେ ଖୋଲା ମଦର ଆସର
 ଗାଆଁ ଠୁଁ ସହର ସବୁଠି ନିଶା।
କୁନି ଝିଅଟିଏ କେତେ ସୁରକ୍ଷିତ
 ସମାଜେ ସଭିଏଁ ଜାଣନ୍ତି ଭାଇ
 ଭ୍ରଷ୍ଟାଚାର ଆଜି ଶିଷ୍ଟାଚାର ନୀତି
 ଇନ୍ଦ୍ରିୟ ଲାଳସେ ସକଳ ବାଇ।
କଳା କାରବାର ସବୁଠି ଚାଲିଛି
ଧଳା ଭାଷଣର ଚକମା ଦେଇ
 ଚତୁରେ ଚତୁରେ କୋଳାକୋଳି ସବୁ
 ଲୋକଙ୍କ ମୁଣ୍ଡରେ ପଶଇ ନାହିଁ।
ପ୍ରତିବାଦ ଠାରୁ ଚାଟୁକାର ଭଲ
 ଗୋଦରାକୁ କହେ ପବନା ସିଏ
 କାମ ନକରି କର୍ମଠ ବୋଲାଏ
 ଅଫିସର ପାଶେ ପ୍ରିୟ ସେ ହୁଏ।
 ପାଣି ରୁ ପବନ ମାଟିରୁ ଗଗନ
ଚାରିଆଡେ ଖାଲି ଲାଗିଚି ଜୋକ
 ରକ୍ଷକ ଆଜି ଭକ୍ଷକ ସାଜିଛି
 କିଏ ବା ଶୁଣିବ ମଣିଷ ଦୁଃଖ।
କେତେ ଆଦରରେ ବନାଇଲୁ ସବୁ
 ଆମ ରାଇଜର ମଉଡ ମଣି
 ଲୋକ ସେବା ଭୁଲି ନିଜ ସ୍ବାର୍ଥ ଲାଗି
 ଆମରି ଦେଶକୁ ଖାଆନ୍ତି ଝୁଣି। ================ ଡଃ ପ୍ରଶାନ୍ତ କୁମାର ବିଶ୍ବାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action