STORYMIRROR

DR PRASANTA KUMAR BISWAL

Classics Others Children

4  

DR PRASANTA KUMAR BISWAL

Classics Others Children

ସ୍ତୁତି -- ପ୍ରଶସ୍ତି

ସ୍ତୁତି -- ପ୍ରଶସ୍ତି

1 min
13

ସ୍ତୁତି - ପ୍ରଶସ୍ତି 
=======
ଜୟହେ ପ୍ରତିଭାଧାରି ମଣିମା 
ଅନନ୍ତ ଅପାର ତୁମ ମହିମା।
ଜୟ ଭକତ ବତ୍ସଳ ପ୍ରତିମା 
ଜୟ ଜୟ କର୍ମୀ ଚିତ୍ତ ସୁଷମା ।
ଜୟ ପ୍ରଜାକୁଳ ଜୀବ ମୋହନ 
ନାହିଁ ପଟାନ୍ତର ତୁମ ଶାସନ।
ନାନା ରୂପେ ମାଆ ଲୋ ଉଭା ହେଉ 
ବିବିଧ କର୍ମ ଲାଗି ଦେହ ବହୁ।
ଅନୁଗତ ରକ୍ଷଣେ ତୋର ଜାତ 
କେହି ନ ଜାଣେ ତୋର ଆଦ୍ୟ ଅନ୍ତ।
ପ୍ରଶଂସକ ହୃଦେ ତୁ ଆତ୍ମାରାମ 
ତୋ ବିହୁନେ ଜୀବ ଲାଗେ ବିଷମ।
ତୁ ଯେ ପୃଥୁଳ ଦୀର୍ଘ ଗୋଲାକାର 
ସାରା ଭୁବନେ ନାହିଁ ପଟାନ୍ତର।
 କେତେ ଯେ ବର୍ଣ୍ଣିବି ତୋର ମହିମା 
ଶବ୍ଦାଭାବ ହୁଏ, ନଥାଏ ସୀମା।
ତୋ ପାରିବା ପଣେ କେହି ଯେ ନାହିଁ 
ତୁ ଚିଡ଼ିଲେ ଗତି ମୁକତି ନାହିଁ।
ଏବେ ଦୟା କର ମହିମାମୟୀ 
ତୋ ଆଶିଷ ବିନା ମୁକତି କାହିଁ।
================


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics